ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ମଣିପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ୧୧ ଅସ୍ତ୍ରଶସ୍ତ୍ରଧାରୀ କୁକି ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଯେଉଁମାନେ ଜେରୀଵାମ ଜିଲ୍ଲାରେ ଥିବା ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବାକୁ ଆସିଥିଲେ। ରିପୋର୍ଟ ଅନୁସାରେ ଦ୍ବିପହର ୩ଟା ୩୦ ସମୟରେ କୁକୀ ଉଗ୍ରବାଦୀମାନେ ଜେରୀଵାମସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରିଦେଇଥିଲେ। ଏହାର ପ୍ରତିକ୍ରିୟାରେ ସିଆରପିଏଫ ଜ୍ଵାବି ଆକ୍ରମଣ କରିଥିଲେ, ଯେଉଁଥିରେ ୧୧ କୁକୀ ଉଗ୍ରବାଦୀ ମୃତ୍ୟୁ ବରଣ କରିଥିଲେ।
ଏବେ ବି ସେଠାରେ ଆଉ କିଛି ଉଗ୍ରବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କୁକି ଉଗ୍ରବାଦୀଙ୍କ ହମଲାରେ ସିଆରପିଏଫର ଜଣେ ଯବାନ ମଧ୍ୟ ଗମ୍ଭୀର ଆହତ ହୋଇଛନ୍ତି। ମୃତ ଉଗ୍ରବାଦୀଙ୍କ ପାଖରୁ ୪ ଏସଏଲଆର, ୩ ଏକେ୪୭, ଗୋଟିଏ ଆରପିଜି ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
ଗୁରୁବାର ରାତିରେ ହମାର ଆଦିବାସୀ ସଂପ୍ରଦାୟର ଜଣେ ମହିଳାଙ୍କୁ ଜେରୀଵାମ ଜିଲ୍ଲାରେ ଦୁଷ୍କର୍ମ ପରେ ଗୁଳି କରି କରାଯାଇଥିଲା। ଏହାପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣା ପଛରେ ମୈତୈ ସଂପ୍ରଦାୟର ଆତଙ୍କବାଦୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଘଟଣାର ଦିନକ ପରେ ମୈତୈ ସଂପ୍ରଦାୟର ଜଣେ ମହିଳାଙ୍କୁ କୁକି ବିଦ୍ରୋହୀମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଦୁଇ ଘଟଣାକୁ ନେଇ ମଣିପୁର ପୁଣି ଅଶାନ୍ତ ହୋଇଥିବା ବେଳେ ଏବେ ୧୧ କୁକି ଉଗ୍ରବାଦୀଙ୍କ ନିହତ ଖବର ସାମ୍ନାକୁ ଆସିଛି।
Powered by Froala Editor