ଅଢ଼େଇ ବର୍ଷର ଝିଅକୁ ପିଟିପିଟି ମାରିଦେଲା ସାବତ ବାପା
ଅଢେଇ ବର୍ଷର ଝିଅକୁ ନିର୍ମମ ଭାବରେ ହତ୍ୟା କରିଛି ବାପା । ପିଲାଟିର କାନ୍ଦିବାର ସ୍ୱର ସହି ନ ପାରି ବାପା ହିଁ ତାକୁ ପିଟି ପିଟି ହତ୍ୟା କରିଛି । ମୁମ୍ବାଇ ମାନଖୁର୍ଦ ଅଞ୍ଚଳର ଆନ୍ନାଭାଉ ସାଠେ ନଗରରୁ ସାମ୍ନାକୁ ଆସିଛି ଏଭଳି ଲୋମହର୍ଷକ ଘଟଣା। ପୁଲିସ ଗିରଫ କରିବା ପରେ ସବୁ କଥା ସ୍ୱୀକାର କରିଛି ଅଭିଯୁକ୍ତ। ମାମଲାକୁ ନେଇ ସବୁଆଡ଼େ ଏବେ ଚର୍ଚ୍ଚା ହେବାରେ ଲାଗିଛି ।
ସୂଚନା ଅନୁସାରେ, ଅଭିଯୁକ୍ତ ୨୪ ବର୍ଷର ବ୍ୟକ୍ତି ପିଲାଟିର ସାବତ ବାପା ବୋଲି ସୂଚନା ମିଳିଛି । ପିଲାଟିର ବାପା ତା’ ମା’ଙ୍କୁ ଛାଡ଼ି ଦେଇଥିଲେ । ଏହାପରେ ମହିଳା ଜଣକ ୬ ମାସ ତଳେ ଏହି ଅଭିଯୁକ୍ତ ଟେମ୍ପୋ ଡ୍ରାଇଭରକୁ ବିବାହ କରିଥିଲେ ।
ତେବେ ପୋଲିସ ପକ୍ଷରୁ ଜାଣିବାକୁ ମିଳିଛି ଯେ, ସାବତ ଝିଅ ହୋଇଥିବାରୁ ଅଭିଯୁକ୍ତ ପିଲାଟିକୁ ପସନ୍ଦ କରୁନଥିଲା । ତେଣୁ ପତ୍ନୀ ଅନୁପସ୍ଥିତ ଥିବା ବେଳେ ପିଲାଟିକୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଘରକୁ ଫେରିବା ପରେ ମହିଳା ଜଣକ ଝିଅର ମୃତଦେହ ଦେକିବାକୁ ପାଇଥିଲେ । ଏହାପରେ ସେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ଏକ ମାମଲା ରୁଜୁ କରାଇଛନ୍ତି ।
ଅଭିଯୁକ୍ତ କହିଛି ଯେ, ସେ ଅଟୋ ଚଳାଇ ଘରକୁ ଫେରିବା ବେଳେ ପିଲାଟି ଜୋରରେ କାନ୍ଦୁଥାଏ ଏବଂ ଝିଅକୁ ସମ୍ଭାଳିବା କଷ୍ଟକର ହୋଇଯାଏ । ଏଥିରେ ବିବ୍ରତ ହୋଇ ପିଲାଟିକୁ ପିଟି ପିଟି ହତ୍ୟା କରିଥିବା ସ୍ୱୀକାର କରିଛି।
Powered by Froala Editor