ଟ୍ରମ୍ପଙ୍କୁ ମୋଦୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଜିତିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ । ତେବେ ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବନ୍ଧୁ ସମ୍ବୋଧନ କରି ମୋଦୀ ଏକ୍ସ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।
ଉକ୍ତ ଏକ୍ସ ପୋଷ୍ଟରେ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା । ଆଗାମୀ ଦିନରେ ଭାରତ ଓ ଆମେରିକାର ସମ୍ପର୍କ ଆହୁରି ସୁଦୃଢ ହେବ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଧ୍ୟ ବଜାୟ ରଖିବାକୁ ମିିଶି କାମ କରିବା ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଜିତିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସକୁ ହରାଇ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୪ ବର୍ଷ ପରେ ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପଙ୍କୁ ୭୭ଟି ଭୋଟ ମିଳିଥିବାବେଳେ କମଳା ହ୍ୟାରିସଙ୍କୁ ମାତ୍ର ୨୨୬ଟି ଭୋଟ ମିଳିଛି ।
ଜିତିବା ପରେ ଟ୍ରମ୍ପ ବିଜୟ ଭାଷଣ ରଖିଛନ୍ତି । ଆମେରିକାବାସୀଙ୍କୁ ଥ୍ୟାଙ୍କ ୟୁ କହିଛନ୍ତି ଟ୍ରମ୍ପ । ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି ।ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ନିକଟରେ କୃତଜ୍ଞ । ପତ୍ନୀ ମେଲାନିଆ ଓ ପରିବାରବାସୀଙ୍କୁ ମଧ୍ୟ ଟ୍ରମ୍ପ ଧñନ୍ୟବାଦ ଜଣାଇଛନ୍ତି । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ପୁରା ଶ୍ରେୟ ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ । ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ । ଭାଷଣ ବେଳେ ଏଲନ ମସ୍କଙ୍କ ନାମ ନେଇ କହିଲେ ମୋ କ୍ୟାମ୍ପେନରେ ଏଲନ୍ ମସ୍କଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ରମ୍ପ ହେବେ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି ।
Powered by Froala Editor