ଲଶ୍କର ଟପ୍ କମାଣ୍ଡର ଉସ୍ମାନ୍ ନିହତ
ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ଭିତରେ ହୋଇଥିବା ଗୁଳି ବିନିମୟରେ ପ୍ରତିଶୋଧ ନେଇଛି ଭାରତ । ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ତେବେ ନିହତ ଆତଙ୍କବାଦଙ୍କୁ ଲଶ୍କରର ଟପ୍ କମାଣ୍ଡର ଭାବେ ଚିହ୍ନଟ କରାଯାଇଛି। ତାଙ୍କ ନାମ ଉସମାନ ଓରଫ ଛୋଟା ଓ୍ବାଲିଦ୍ ବୋଲି ଜଣାପଡ଼ିଛି।
କାଶ୍ମୀର ଆଇଜିପି ତରଫରୁ କୁହାଯାଇଛି ଯେ, ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ସହ ଅନ୍ୟାନ୍ୟ ଆତଙ୍କୀ ଘଟଣାରେ ସାମିଲ ରହିଥିଲା ଉସମାନ ।” ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ତେବେ ପ୍ରଥମେ ଆତଙ୍କବାଦୀଙ୍କ ତରଫରୁ ଗୁଳିଚାଳନା ହେବା ପରେ ପାଲଟା ଜବାବ ଦେଇଛି ଭାରତୀୟ ସେନା । ସୁରକ୍ଷାବାହିନୀ ପକ୍ଷରୁ ଗୁଳି ଚାଳନାରେ ଆତଙ୍କବାଦୀ ଉସମାନ(ଛୋଟା ୱଲିଦ) ପ୍ରାଣ ହରାଇଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ହତ୍ୟା କରାଯାଇଥିବା ଆତଙ୍କବାଦୀ ପାକିସ୍ତାନୀ ଏବଂ ଲସ୍କର-ଏ-ତୋଏବା ସହିତ ଜଡିତ ଥିଲା। ବୟସକୁ ବିଚାରକୁ ନେଇ ସେ ଏଲଇଟିର ବରିଷ୍ଠ ଆତଙ୍କବାଦୀ ବୋଲି ଜଣାପଡିଛି।
Powered by Froala Editor