କେରଳ ଏକ୍ସପ୍ରେସ ଧକ୍କାରେ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ବିଚଳିତ କଲା ଭଳି ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି। କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଶନିବାର ରେଲଓ୍ବେ ପୋଲିସ ଏହି ସୂଚନା ଦେଇଛି।
ସୂଚନାନୁସାରେ, ନୂଆଦିଲ୍ଲୀ-ଥିରୁଭାନନ୍ତପୁରମ ଟ୍ରେନ ରେଳ ଷ୍ଟେଶନଠାରୁ କିଛି ଦୂରରେ ଶୋରାନୁର ବ୍ରିଜ ନିକଟରେ ଥିବା ରେଳ ଟ୍ରାକରେ ଅଳିଆ ଆବର୍ଜନା ସଫା କରୁଥିଲେ। ଏତିକିବେଳେ କେରଳ ଏକ୍ସପ୍ରେସ ଟ୍ରେନ ଆସିଥିଲା। ଟ୍ରେନ ଦେଖି ସେମାନେ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଠିକ୍ ସମୟରେ ବ୍ରିଜର ଅନ୍ୟ ପ୍ରାନ୍ତରେ ପହଞ୍ଚି ପାରିନଥିଲେ। ଟ୍ରାକ୍ ମଧ୍ୟରେ ଅଟକି ଯିବାରୁ ସେମାନଙ୍କୁ ଟ୍ରେନ ଧକ୍କା ଦେଇଥିଲା।
ଏହି ଧକ୍କାରେ ସମସ୍ତ ଚାରିଜଣ ପରିମଳ କର୍ମଚାରୀ ଟ୍ରାକରୁ ଭାରତପୁଜା ନଦୀକୁ ଖସିପଡିଥିଲେ। ଦୁର୍ଘଟଣାରେ ୪ଜଣ ପରିମଳ କର୍ମଚାରୀଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଦୁଇ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି । ତିନୋଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚତୁର୍ଥ ବ୍ୟକ୍ତିଙ୍କ ମୃତଦେହ ଖୋଜା ଚାଲିଛି।
Powered by Froala Editor