ଅଯୋଧ୍ୟା ଦୀପୋତ୍ସବରେ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପିତ
ଅଯୋଧ୍ୟା : ଦୀପାବଳି ଅବସରରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଗୁରୁବାର ଦୀପୋତ୍ସବ ପାଳିତ ହୋଇଛି। ଏହି ଦୀପୋତ୍ସବରେ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପିତ ହୋଇଛି। ପ୍ରଥମ ରେକର୍ଡ ହେଉଛି ଏହି ଉତ୍ସବରେ ସର୍ବାଧିକ ସଂଖ୍ୟକ ଲୋକ ଆଳତି କରିଥିଲେ। ୧,୧୨୧ ଲୋକ ଏକକାଳୀନ ଆଳତି କରିଥିଲେ। ଦ୍ବିତୀୟ ରେଡର୍କ ହେଉଛି ଏକକାଳୀନ ୨୫,୧୨,୫୮୫ଟି ଦୀପ ପ୍ରଜ୍ବଳନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଗିନିଜ୍ ୱାର୍ଲ୍ଡ ରେକର୍ଡ ପୁରସ୍କାର ଗ୍ରହଣ କରିଥିଲେ। ସରଜୁ ନଦୀ କୂଳର ୫୫ଟି ଘାଟରେ ଏହିସବୁ ଦୀପ ପ୍ରଜ୍ବଳନ କରାଯାଇଥିଲା।
Powered by Froala Editor