ସ୍ପେନରେ ମାଡି ଆସିଲା ବନ୍ୟା, ୯୫ ମୃତ

ନୂଆଦିଲ୍ଲୀ : ସ୍ପେନର ମାଲାଗା ସହର ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ହଠାତ୍ ବନ୍ୟା ଆସି ଯାଇଥିଲା। ଏହି ବନ୍ୟାରେ ୯୫ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ହଠାତ୍ ବନ୍ୟା ମାଡ଼ି ଆସିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଥିଲା। ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିବାରୁ ସେମାନଙ୍କ ଆସବାବପତ୍ର ଭାସି ଯାଇଥିଲା। ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ୧ ହଜାରରୁ ଅଧିକ ସେନା ଯବାନ ଓ ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ପଠାଯାଇଥିଲା। ହେଲିକପ୍ଟର ଓ ବୋଟ୍ ମାଧ୍ୟମରେ ଲୋକଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ଭାସି ଯାଇ ୯୫ଜଣ ପ୍ରାଣ ହରାଇଥିବାରୁ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଶୋକବ୍ୟକ୍ତ କରିଛନ୍ତି। ଏହି ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
Powered by Froala Editor