ରାଜ୍ୟରେ ମେଘମୁକ୍ତ ଆକାଶ ସାଙ୍ଗକୁ ଟାଣ ଖରା
ଭୁବନେଶ୍ୱର: ରାଜ୍ୟରେ ମେଘମୁକ୍ତ ଆକାଶ ଯୋଗୁଁ ଖରାର ପ୍ରଭାବ ଅଧିକ ରହୁଛି। ଟାଣ ଖରା ସାଙ୍ଗକୁ ବଙ୍ଗୋପସାଗରୀୟ ପବନର ପ୍ରଭାବ ହେତୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେଉଛି। ଶନିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଅନ୍ୟପଟେ ବଙ୍ଗୋପସାଗରରେ ଆସନ୍ତା ୨୦ ତାରଖରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ। ଏହା ଅବପାତ ରୂପ ନେଇ ବାତ୍ୟା ରୂପ ନେବା ଆପାତତଃ ସ୍ପଷ୍ଟ। ଅଧିକାଂଶ ମଡେଲ ସମ୍ଭାବ୍ୟ ବାତ୍ୟା ହେବ ବୋଲି ଆକଳନ କରିଛନ୍ତି। ତେବେ ଏହି ବାତ୍ୟାର ଗତିପଥ କେଉଁ ଆଡ଼କୁ ରହିବ, ତୀବ୍ରତା କେତେ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ।
Powered by Froala Editor