ଓଟିଟି ପ୍ଲାଟଫର୍ମକୁ ଓହ୍ଲାଇବେ ଜୟା ବଚ୍ଚନ

ଜୟା ବଚ୍ଚନ । ୯୦ ଦଶକର ଏହି ହିଟ୍ ଅଭିନେତ୍ରୀ ରୂପେଲି ପରଦାରେ ତାଙ୍କ ଅଭିନୟର ଜାଦୁ ଖେଳାଇଥିଲେ । ସାଂସଦ ହେବା ପରେ ମଧ୍ୟ ତାଙ୍କ କ୍ରେଜ୍ କମିନଥିଲା । ହେଲେ ସେ ପରବର୍ତ୍ତୀ ସମୟରେ ଅଭିନୟ ଦୁନିଆରେ ସେତେଟା କାମ କରିନଥିଲେ । ଏବେ ପୁଣି ଅଭିନୟ ଦୁନିଆକୁ ଫେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଜୟା । ଶୁଣିବାକୁ ମିଳିଛି ଯେ, ଖୁବ୍ଶୀଘ୍ର ଡିଜିଟାଲ ଦୁନିଆରେ ପାଦ ଥାପିବାକୁ ସେ ପ୍ରସ୍ତୁତ ହେଉଛନ୍ତି । ଓଟିଟି ପ୍ଲାଟଫର୍ମରେ ଏକ ୱେବସିରିଜରେ ଜୟା ପୁଣି କାମ କରିବେ । ୱେବସିରିଜର ନାଁ ହେଉଛି ‘ସଦାବାହାର’ । ଏଣ୍ଡାମୋଲ ଶାଇନ୍ ଇଣ୍ଡିଆ ପ୍ରୋଜେକ୍ଟରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଖବର ଅନୁସାରେ, ଚଳିତ ବର୍ଷ ଫେବୃୟାରୀ ମାସରୁ ହିଁ ଜୟା ଏହାର ଶୁଟିଂ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ଲକଡାଉନ ପାଇଁ ଶୁଟିଂ ବନ୍ଦ କରିଦିଆ ଯାଇଥିବା ବେଳେ ଜଲଦି ଆରମ୍ଭ ହେବ ବୋଲି ଜଣାପଡ଼ିଛି।
Powered by Froala Editor