ସାପ୍ତାହିକ ହାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଗମ୍ଲେଇ ସାପ୍ତାହିକ ହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଜଣେ ପରିବା ବ୍ୟବସାୟୀଙ୍କ ଉପରେ କାର୍ ଚଢିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଦୀପ ନାୟକ। ତାଙ୍କ ଘର ରାଉରକେଲାରେ ବୋଲି ଜଣାଯାଇଛି।
ସେ ହାଟରେ ପରିବା ବିକ୍ରି କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର୍ ତାଙ୍କ ଉପରେ ଚଢିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ପ୍ରଦୀପ ନାୟକଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor