ବର୍ଷାଙ୍କ ଉପରେ ରାଗ ଝାଡ଼ିଲେ ଅନୁଭବ: କହିଲେ, ଜାଣିଶୁଣି ସେ ମଧ୍ୟସ୍ଥତାକୁ ଆସୁନାହାନ୍ତି

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଜଟିଳ ହେବାରେ ଲାଗୁଛି। ମଧ୍ୟସ୍ଥତାକୁ ଆସିନାହାନ୍ତି ବର୍ଷା। ଯାହାକୁ ନେଇ ଆଜି ଅସନ୍ତୋଷ ଝାଡ଼ିଛନ୍ତି ଅନୁଭବ।
ବର୍ଷା ଜାଣିଶୁଣି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ତଥା ସ୍ବାମୀ ଅନୁଭବ । ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନାହାନ୍ତି। ଆଜି ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଅନୁଭବ ଆଜି ନିଜର ପକ୍ଷ ରଖିଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇ ନାହାନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ବର୍ଷା ବାରମ୍ବାର ଏହି ଭଳି କରି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଭବ ।
ସେ ଆହୁରି କହିଛନ୍ତି “ମୁଁ ଆରମ୍ଭରୁ କହିଥିଲି ଘରୋଇ ମାମଲା। ବାହାରେ କେଉଁଠି କିଛି କହିବାକୁ ଚାହୁଁନଥିଲି। କିନ୍ତୁ ବାଧ୍ୟ ହେଉଛି କେତୋଟା କଥା କହିବାକୁ। ଛାଡ଼ପତ୍ର ପାଇଁ ଦିଲ୍ଲୀରେ ମୁଁ ମାମଲା କରିଥିଲି। ତା’ପରେ ବର୍ଷା ମୋ’ ବିରୋଧରେ ଦୁଇଟି ମାମଲା କରିଥିଲେ। ଠିକ୍ ଅଛି ସେ ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ। ମୋର ସେଥିରେ କିଛି କହିବାର ନାହିଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଗୋଟିଏ କଥା ବଝି ପାରୁନାହିଁ, ତାଙ୍କର ସବୁ ପିଟିସନ୍ ଉପରେ ବାରମ୍ୱାର ରିପ୍ଲାଏ କଲିଣି। ହେଲେ ରିପ୍ଲାଏ ରିସିଭ୍ କରିବାକୁ କେହି ଆସୁ ନାହାନ୍ତି।”
ଏହା ସହିତ ବର୍ଷା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ ମଧ୍ୟ ସେ ନିଜେ ଦାୟର କରିଥିବା ମାମଲାର ଶୁଣାଣିକୁ ଆସୁନଥିବା ମଧ୍ୟ କହିଛନ୍ତି ଅନୁଭବ । ସେପଟେ ଏନେଇ ବର୍ଷାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।
Powered by Froala Editor