ଗ୍ଲୋବାଲ ଲିଡର ମୋଦୀ : ‘X’ରେ ୧୦୦ ମିଲିୟନ ଛୁଇଁଲା ଫଲୋଅର୍ସଙ୍କ ସଂଖ୍ୟା
ନରେନ୍ଦ୍ର ମୋଦୀ ତାଙ୍କ ନାମରେ ଆଉ ଏକ ବଡ଼ ରେକର୍ଡ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ଯଦି ବିଭିନ୍ନ ଭାରତୀୟ ରାଜନେତାଙ୍କ ସୋସିଆଲ ମିଡିଆ ଫଲୋଅର୍ସଙ୍କ ସହ ତୁଳନା କରୁ, ତେବେ ସୋସିଆଲ ମିଡିଆ ଫଲୋଅର୍ସ ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀ ବହୁତ ଆଗରେ ଅଛନ୍ତି । ଏହାର ଅର୍ଥ ମୋଦି ଏବେ ଅଧିକ ଫଲୋଅର୍ସ ରହିଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି।
ବିଶ୍ୱ ରାଜନେତାଙ୍କ ସର୍ବାଧିକ ଅନୁସରଣକାରୀ ତାଲିକାରେ ମୋଦି ୨ ନଂରେ ରହିଛନ୍ତି। ତାଙ୍କ ଠାରୁ ଅଧିକ ଲୋକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅନୁସରଣ କରୁଛନ୍ତି।
ତାଙ୍କ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨୬.୪ ନିୟୁତ ଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨୭.୫ ନିୟୁତ, ଅଖିଲେଶ ଯାଦବଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୯.୯ ନିୟୁତ, ମମତା ବାନାର୍ଜୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ୭.୪ ନିୟୁତ, ଲାଲୁ ଯାଦବଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬.୩ ନିୟୁତ, ତେଜସ୍ୱୀ ଯାଦବଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫.୨ ନିୟୁତ ଓ ଶରଦ ପାୱାରଙ୍କ ଫଲୋଅର୍ସଙ୍କ ସଂଖ୍ୟା ମାତ୍ର ୨.୯ ନିୟୁତ। ୧୦୦ ନିୟୁତ ଫଲୋଅର୍ସଙ୍କ ଠାରୁ ଏମାନେ ଯଥେଷ୍ଟ ପଛରେ ରହିଛନ୍ତି। ଏହି ସଫଳତା ପାଇଁ ପିଏମ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
Powered by Froala Editor