ଖୋଲା ଆକାଶରେ ରୋମାଣ୍ଟିକ୍ ଡିନର
ବର୍ତ୍ତମାନର ସମୟ ସୋସିଆଲ ମିଡିଆର । ଲୋକେ ଅଜବ ଅଜବ କାମ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । କିଛି ହଟ୍କେ କରି ହେଡ୍ ଲାଇନରେ ରହିବାକୁ ପସନ୍ଦ କରୁଛନ୍ତି । ଫ୍ୟାନ୍ସ ଫଲୋଅର୍ସ ବଢାଇବାକୁ ଯେମିତି ପ୍ରତିଯୋଗିତା ଚାଲିଛି । ସୋସିଆଲ ମିଡିଆରେ ଏବେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେଉଛି ।
ଜଣେ ଦମ୍ପତି ମଝି ଆକାଶରେ ରାତ୍ରିଭୋଜନ କରୁଥିବା ଦେଖିବାକୁ ମିଳୁଛି । ଘଟଣାଟି ରୁଷ୍ର ବୋଲି କୁହାଯାଉଛି । ଭିଡିଓରୁ ଦେଖିଲେ ଜଣାପଡୁଛି, ଦୁଇଟି ପାହାଡ଼କୁ ସଂଯୋଗ କରୁଥିବା ଏକ ରୋପ୍ୱେ ତାର ସହାୟତାରେ ଟେବୁଲ ଓ ଚେୟାରକୁ ବାନ୍ଧି ଲଟକାଯାଇଛି । ଦମ୍ପତି ସେହି ଚେୟାରରେ ବସିଛନ୍ତି । ମହିଳା ଧଳା ରଙ୍ଗର ଗାଉନ୍ ପିନ୍ଧିଥିବାବେଳେ ପୁରୁଷ କଳା ସୁଟ୍ରେ ନଜର ଆସୁଛନ୍ତି । ସେମାନଙ୍କ ସାମ୍ନାରେ ଖାଦ୍ୟର ପ୍ଲେଟ୍ ସହିତ ଏକ ଫୁଲତୋଡ଼ା ବି ରଖାଯାଇଛି । ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ମଧ୍ୟରେ ଏହା ଏକ ରୋମାଣ୍ଟିକ ଡିନର୍ ବୋଲି ସେମାନେ ଲେଖିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ମ୍ୟାଟ୍-ପିନର ନାମକ ଏକ ଆଇଡିରୁ ରବିବାର ଭିଡିଓକୁ ସେୟାର କରାଯାଇଥିଲା । ଅଦ୍ୟାବଧି ୮୦ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଲେଣି । ୧୮ ହଜାରରୁ ଅଧିକ ଲୋକ ଲାଇକ୍ ମଧ୍ୟ କରିଛନ୍ତି । କିଛି ୟୁଜର୍ ଦମ୍ପତିଙ୍କର ଏହି ନିଆରା ଚିନ୍ତାଧାରାକୁ ପସନ୍ଦ କରିଥିବାବେଳେ ଆଉ କିଛି ସମାଲୋଚନା କରୁଛନ୍ତି । ଦୁଇଟି ପାହାଡ଼ ମଧ୍ୟରେ ବିଶାଳ ଗର୍ତ୍ତ ଥିବାରୁ ନିରାପତ୍ତା ଲାଗି ଦମ୍ପତିଙ୍କୁ କିଛି ପଦକ୍ଷେପ ଗ୍ରହଣ କରିବାର ଥିଲା ବୋଲି ସେମାନେ କହିଛନ୍ତି । ନହେଲେ ଜୀବନ ଚାଲିଯିବାର ଭୟ ରହିଛି ।
Powered by Froala Editor