ପେଟ୍ରୋଲ ପମ୍ପରୁ ଅଢେଇ ଲକ୍ଷର ସଶସ୍ତ୍ର ଡକାୟତି
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପରୁ ସଶସ୍ତ୍ର ଡକାୟତି ହୋଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ପଞ୍ଚାୟତ କଞ୍ଚନପୁର ଠାରେ ଥିବା ଲାଗୁରୀ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କ ଠାରୁ ବନ୍ଧୁକ ମୁନ ରେ ଅଢେଇ ଲକ୍ଷ ଟଙ୍କା ଟଙ୍କା ଲୁଟ ହୋଇଛି।
ଖବର ଅନୁସାରେ ଗତ ରାତି ଲାଗୁରୀ ପେଟ୍ରୋଲ ପମ୍ପ ରେ ଆଠ ଜଣ ଦୁର୍ବୃତ୍ତ ପହଞ୍ଚି ସେଠାରେ ଡ୍ୟୁଟି ରେ ଥିବା କର୍ମଚାରୀ ହରିଶ ତାସମୟ , ସୁରଜ ଲୁଗୁନ ଓ ରାଜେଶ ମୁଣ୍ଡା ଙ୍କୁ ବନ୍ଧୁକ ମୁନରେ ମୁଣ୍ଡ ଜାମିନ କରିବା ସହ ଗୋଟିଏ ଘରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଦେଇଥିଲେ । ସେହି ସମୟରେ ପେଟ୍ରୋଲ ପମ୍ପ ର ସଟର ଅଧା ଖୋଲା ଥିବା ବେଳେ ସଟର ଟେକି କ୍ୟାସ କାଉଣ୍ଟର ରେ ଥିବା ଦୁଇ ଲକ୍ଷ ଚଉରାଳିଶି ହଜାର ନଅ ଶହ ଟଙ୍କା , ପେଟ୍ରୋଲ ପମ୍ପ ସିସିଟିଭି ର ହାର୍ଡ ଡିସ୍କ ସହିତ କର୍ମଚାରୀ ଙ୍କ ନିକଟରୁ ତିନୋଟି ମୋବାଇଲ କୁ ମଧ୍ୟ ଲୁଟ କରି ନେଇଯାଇଥିଲେ।
ଗତ ରାତି ରେ ପେଟ୍ରୋଲ ପମ୍ପ ରେ ତିନି ଜଣ କର୍ମଚାରୀ ଡ୍ୟୁଟି ରେ ଥିବା ବେଳେ ଅନ୍ୟ ଏକ ଘରେ ତିନି ଜଣ କର୍ମଚାରୀ ଶୋଇଥିଲେ । ଡକାୟତି ଖବର ପାଇ ଚଂପୁଆ ପୋଲିସର ପେଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ସେତେବେଳକୁ ଡକାୟତ ମାନେ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ । ପେଟ୍ରୋଲ ପମ୍ପ ମାଲିକ ଯୁଗଳ ଚାତମ୍ବା ଏ ନେଇ ଚମ୍ପୁଆ ଥାନା ରେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ କି କିଛି ଦିନ ତଳେ ମଧ୍ୟ ଏହି ପମ୍ପ ରେ ଡକାୟତି ଉଦ୍ୟମ ହୋଇଥିଲା ତେବେ ସେଠାରେ ଡ୍ୟୁଟି ରେ ଥିବା କର୍ମଚାରୀ କୌଶଳ କ୍ରମେ ଡକାୟତି କୁ ପଣ୍ଡ କରିଥିଲେ । ପୋଲିସ ପେଟ୍ରୋଲ ପମ୍ପ ରେ ପହଞ୍ଚି ଛାନଭିନ କରିବା ସହ ଡକାୟତ ମାନଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ କରିଛି।
Powered by Froala Editor