ମୁଖ୍ୟମନ୍ତ୍ରୀଙ୍କ ନାମରେ ଫେକ୍ ଆଇଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ ‘X’ ଆକାଉଣ୍ଟ ଖୋଲି ଫେକ ନ୍ୟୁଜ ପୋଷ୍ଟ ହେଉଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିସହ ଫେକ ଏବଂ ପ୍ରକୃତ ଆଇଡିର ହୋମ ପେଜ ବିଭାଗ ପକ୍ଷରୁ ପୋଷ୍ଟ କରାଯାଇଛି।
ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍ନାମ କରିବାକୁ ଉଦ୍ୟମ କରାଯାଇଛି। ସେହି ଫେକ୍ ଆକାଉଣ୍ଟରେ ଫେକ୍ ନ୍ୟୁଜ୍ ପୋଷ୍ଟ ହେଉଛି, ଯାହାକି ଅନେକଗୁଡ଼ିଏ ଡିଜିଟାଲ ଓ ଟେଲିଭିଜନରେ ପ୍ରକାଶ ପାଇଛି। ଏଘଟଣା ସଂର୍ପରେ ସରକାର ଜାଣିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଫେକ ଏବଂ ଅସଲି ‘x’ ଆକାଉଣ୍ଟ। ମାଷ୍ଟହେଡ ସମାନ ରହିଥିଲା ବେଳେ ଫେକ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସବୁକ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ ରହିଛି।
Powered by Froala Editor