ମୋ ପାଇଁ ପ୍ରତ୍ୟୁଷା ମରିନାହାନ୍ତି, ତାଙ୍କ ବାପା ଓ ମା’ଙ୍କ ଲୋଭ ତାଙ୍କୁ ମାରିଛି

ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟାର ରହସ୍ୟ ଏବେବି ରହସ୍ୟରେ ରହିଛି । ତେବେ ବହୁ ଦିନ ପରେ ପ୍ରତ୍ୟୁଷାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ପ୍ରେମିକ ରାହୁଲ ରାଜ । ସେ କହିଛନ୍ତି ଯେ, ବିକାଶ ଗୁପ୍ତା ଏବଂ କାମ୍ୟା ପଞ୍ଜାବୀଙ୍କ ବିରୋଧରେ ସେ ମାନହାନି ମକଦ୍ଦମା ଦାୟର କରିବେ। ନିଜକୁ ନିର୍ଦ୍ଦୋଷ ଘୋଷଣା କରି ରାହୁଲ କହିଛନ୍ତି ଯେ ବାପା-ମାଙ୍କ କାରଣରୁ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ ।
ରାହୁଲ କହିଛନ୍ତି, ମୁଁ ସେଦିନ କେବେବି ଭୁଲି ପାରିବି ନାହିଁ । ପ୍ରତ୍ୟୁଷାଙ୍କ ତଥାକଥିତ ବନ୍ଧୁ ବିକାଶ ଗୁପ୍ତା ଏବଂ କାମ୍ୟା ପଞ୍ଜାବୀ ଯେପରି ତାଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରୁଛନ୍ତି … ସେମାନଙ୍କୁ ଭଗବାନଙ୍କୁ ଉତ୍ତର ଦେବାକୁ ପଡିବ । ସେମାନେ ଏହା ମଧ୍ୟ ଜାଣନ୍ତି ଯେ ମୁଁ ଦୋଷୀ ନୁହେଁ। ପ୍ରଚାର ପାଇଁ ସେମାନେ ଏସବୁ କରୁଛନ୍ତି । କୌଣସି ପ୍ରମାଣ ବିନା ସେମାନେ ମୋର ଇମେଜକୁ ଖରାପ କରିଛନ୍ତି । ପ୍ରତ୍ୟୁଷା ମୋତେ ଶେଷ କଲ୍ କରିଥିଲେ ଏହାଦ୍ୱାରା ମୁଁ ଦୋଷୀ ପ୍ରମାଣିତ ହୋଇପାରିବି ନାହିଁ । ସେ କେବେ ବି ମୋ ଉପରେ ଦୋଷ ଦେଇ ନାହାଁନ୍ତି। ତାଙ୍କର ସମସ୍ତ ଦୁଃଖ ଓ କ୍ରୋଧ ତାଙ୍କ ବାପା-ମାଙ୍କ ପାଇଁ ଥିଲା ।
ରାହୁଲ କହିଛନ୍ତି ଯେ, କୋଭିଡ କାରଣରୁ ଏହି ମାମଲା ଦୀର୍ଘ ସମୟ ଧରି ଟାଣି ହୋଇଯାଇଥିଲା। ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ କୋର୍ଟ ମୋତେ ଏକ କ୍ଲିନ୍ ଚିଟ୍ ଦେବେ । ମୁଁ ପ୍ରତ୍ୟୁଷାଙ୍କୁ ହତ୍ୟା କରି ନାହିଁ ବରଂ ତାଙ୍କ ବାପା-ମାଙ୍କ ଲୋଭ ତାଙ୍କୁ ମାରିଛି । ମୁଁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି, ତାଙ୍କୁ ମାରି ନଥିଲି।
ସୂଚନା ଯେ, ୨୦୧୬ ମସିହାରେ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା କରିଥିଲେ । ପ୍ରତ୍ୟୁଷାଙ୍କ ପ୍ରେମିକ ରାହୁଲ ରାଜଙ୍କ ଉପରେ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଥିଲା ଏବଂ ଏହାର ମାମଲା ଚାଲିଛି।
Powered by Froala Editor