ବିବାଦରେ ପିଟ୍ରୋଡା : କହିଲେ ଉତ୍ତର ଭାରତରେ ଲୋକ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକ ଆଫ୍ରିକୀୟ ପରି
ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡା। ନିକଟରେ ଦି ଷ୍ଟେଟମ୍ୟାନକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ଏହାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି।
କଙ୍ଗନା ରଣାଓ୍ୱତ ପିଟ୍ରୋଡାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସାମ୍ ପିଟ୍ରୋଡାଙ୍କ ବିରୋଧରେ 'ଜାତିପ୍ରଥା' ଏବଂ 'ବିଭାଜନକାରୀ' ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, 'ସାମ୍ ପିଟ୍ରୋଡା ହେଉଛନ୍ତି ରାହୁଲ ଗାନ୍ଧିଙ୍କ ପରାମର୍ଶଦାତା। ତାଙ୍କର ଆଦର୍ଶ ହିଁ ଡିଭାଇଡ୍ ଆଣ୍ଡ ରୁଲ୍ସ ଅଟେ। ଭାରତୀୟମାନଙ୍କୁ ଚାଇନିଜ୍ ଏବଂ ଆଫ୍ରିକୀୟ ବୋଲି କହିବା ଭୁଲ୍।'
Powered by Froala Editor