ଆକାଶରୁ ହେଉଛି ମାଛ ବର୍ଷା, ଜାଣନ୍ତୁ କେଉଁଠି ?

ନୂଆଦିଲ୍ଲୀ : ଆକାଶରୁ କେତେକ ସମୟରେ ଏପରି କିଛି ଜିନିଷ ଖସି ଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଯେପରି ମହାକାଶ ଯାନର ଅପରିଷ୍କାର ଜିନିଷ, ବିମାନର ଅନାବନା ଜିନିଷ। ତେବେ ନିକଟରେ ଏପରି ହିଁ ଏକ ଘଟଣା ଇରାନରେ ଘଟିଛି। ସୋମବାରରେ ଯାସୁଜ ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ଆକାଶରୁ ମାଛ ବର୍ଷା ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଆକାଶରୁ ଖସିଥିବା ମାଛ ଗୁଡିକ ଜୀବିତ ଥିଲେ। ଛଟପଟ ହେଉଥିଲେ। ଯେପରି ତୁରନ୍ତ ନଦୀରୁ ବାହାରିବା ଭଳି ମନେ ହେଉଛି। ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ କରିଛନ୍ତି। ଯେଉଁଥିରେ ଦେଖାଯାଉଛି, ମାଛ ଗୁଡିକ ଆକାଶରୁ ଖସି ତଳେ ପଡୁଛି।
Powered by Froala Editor