ମନ୍ତ୍ରୀଙ୍କ ସଚିବଙ୍କ ଘରେ ଇଡି ଚଢ଼ାଉ : ପାହାଡ଼ ଭଳି ଗଦା ହେଲା ଟଙ୍କା
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମନ୍ତ୍ରୀ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘର ସମେତ ରାଞ୍ଚିର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ପାଖାପାଖି ୨୦ରୁ ୩୦ କୋଟି ଜବତ ହୋଇଛି। ଅହୁରି ଅନେକ ଟଙ୍କା ଗଣନା ହୋଇନଥିବା ବେଳେ ଗଣନା ଜାରି ରଖିବା ପାଇଁ କ୍ୟାସ ମେସିନ୍ ନିୟୋଜିତ କରାଯାଇଛି। ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।
ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍ରେ ଥିବା ବେଳେ ଆଲମଗିରିଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବଙ୍କ ଘରୋଇ ସହାୟକଙ୍କ ଘରୁ ଇଡି ୩୦ କୋଟି ଟଙ୍କା ଜବତ କରତ ସାରିଲାଣି। କିଛି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗରେ ଗତ ବର୍ଷ ଫେବୃୟାରୀରେ ଝାଡଖଣ୍ଡର ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ଅଭିୟନ୍ତା ବିରେନ୍ଦ୍ର କେ. ରାମଙ୍କୁ ଗିରଫ କରାଯାଇଥିଲା । ୧୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗର ଯାଞ୍ଚ ଇଡି କରୁ ଥିବା ବେଳେ ଏହାର କନେକ୍ସନ ମନ୍ତ୍ରୀଙ୍କ ସହ ଥିବା ଜାଣିବାକୁ ପାଇଥିଲା। ଏହାପରେ ମନ୍ତ୍ରୀ ଆଲମଙ୍କ କାର୍ଯ୍ୟାଳୟରେ ସାଂଘାତିକ ଲାଞ୍ଚ କାରବାର ଚାଲୁଥିବା ବେଳେ କଳା ଟଙ୍କା ଘରୋଇ ସହାୟକଙ୍କ ଘରେ ରଖାଯାଉଥିବା ଇଡିକୁ ସୂଚନା ମିଳିଥିଲା।
Powered by Froala Editor