ରେସ୍ତୋରାଁରେ ବିୟୁଟି କୁଇନ୍ଙ୍କୁ ଗୁଳି କରି ହତ୍ୟା
ରେସ୍ତୋଁରାରେ ବସି ଖାଉଥିବାବେଳେ ଦୁର୍ବୃତ୍ତଙ୍କ ଗୁଳିରେ ଟଳିପଡିଛନ୍ି ବିୟୁଟି କୁଇନ୍ । ମୃତ ବିୟୁଟି କୁଇନଙ୍କ ନାମ ଲାଣ୍ଡି ପାରାଗା ଗୋଏବୁରୋ।
୨୩ ବର୍ଷୀୟ ଲାଣ୍ଡି ପାରାଗା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ କ୍ବେଭେଡୋ ସହରକୁ ଯାଇଥିଲେ। ଏହି ସମୟରେ ସେ ଏକ ରେସ୍ତୋରାଁରେ ପହଞ୍ଚି ଭୋଜନ କରୁଥିଲେ। ଏତିକି ବେଳେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଅତର୍କିତ ଗୁଳି କରିଥିଲେ। ଦୁର୍ବୃତ୍ତଙ୍କ ଗୁଳିରେ ଘଟଣାସ୍ଥଳରେ ହିଁ ଲାଣ୍ଡି ଟଳି ପଡ଼ିଥିଲେ।
ଘଟଣା ଦିନ ଗୋଏବୁରୋ ରେସ୍ତୋରାଁରେ ପହଞ୍ଚିବା ପୂର୍ବରୁ ଫୋନର ଲୋକେସନ ଅନ କରି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଲୋକେସନକୁ ଆଧାର କରି ରେସ୍ତୋରାଁରେ ପହଞ୍ଚି ଲାଣ୍ଡିଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୂଚନାଯୋଗ୍ୟ, ୨୦୨୨ ମିନ ଇକ୍ୟୁଏଡ଼ର ପ୍ରତିଯୋଗିତାରେ ଲ୍ୟାଣ୍ଡି ପାରାଗା ଗୋଏବୁରୋ ଭାଗ ନେଇଥିଲେ। ଡ୍ରଗ୍ସ ବେପାରୀ ଲେଣ୍ଡ୍ରୋ ନୋରୋଙ୍କ ସହ ଲ୍ୟାଣ୍ଡିଙ୍କ ସମ୍ପର୍କ ଥିଲା। ତେବେ ଲେଣ୍ଡ୍ରୋଙ୍କର ଗତବର୍ଷ ଜେଲରେ ଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ସେହି କାରଣରୁ ତାଙ୍କର ଶତ୍ରୁ ବୃଦ୍ଧି ହୋଇଥିଲେ ।
Powered by Froala Editor