ହିଟ୍ୱେଭ୍ ନ୍ୟୁଜ୍ ପଢ଼ୁ ପଢ଼ୁ ଅଚେତ ହେଲେ ଆଙ୍କର
ଦୂରଦର୍ଶନର କୋଲକାତା ଶାଖାରେ ଲାଇଭ ନ୍ୟୁଜ୍ରେ ଗ୍ରୀଷ୍ମ ପ୍ରବାହ ସଂପର୍କିତ ଖବର ପରିବେଷଣ କଲା ବେଳେ ଅଚେତ ହୋଇଗଲେ ଆଙ୍କର। ଆଙ୍କରଙ୍କ ନାଁ ଲୋପାମୁଦ୍ରା ସିହ୍ନା।ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ ପଢିବା ସମୟରେ ବ୍ଲାକ ଆଉଟ ହୋଇଯାଇଥିଲେ। ସେ ନିଜ ଫେସବୁକ ପେଜରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଟେଲିପ୍ରମ୍ପ୍ଟର୍ ଫେଡେଡ ହୋଇଗଲା ଏବଂ ମୁଁ ବ୍ଲାକଡ ଆଉଟ ହୋଇଗଲି … ମୁଁ ମୋ ଚେୟାରରେ ପଡ଼ିଗଲି, ଅର୍ଥାତ୍ ଅଚେତ ହୋଇଗଲି।
ଲୋପାମୁଦ୍ରା କହିଛନ୍ତି ଯେ, ରକ୍ତଚାପ ହ୍ରାସ ପାଇବାରୁ ନ୍ୟୁଜ୍ ପଢ଼ିବା ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତଥାପି ସେ ନ୍ୟୁଜ୍ ପଢ଼ିବାକୁ ଚାହିଁଥିଲେ। ଗୋଟିଏ ଗ୍ଲାସ ପାଣି ପିଇ ସେ ନ୍ୟୁଜ୍ ପଢ଼ିବା ଆରମ୍ଭ କରିଥିଲେ। ସେ ଭାବିଥିଲେ ପାଣି ପିଇ ଦେଲେ ସବୁ ଠିକ୍ ହୋଇଯିବ। ନ୍ୟୁଜ୍ ପ୍ରସାରଣର ପ୍ରକାର ଏମିତି ଥିଲା ଯେ ମଝିରେ ସେ ଆଉ ପାଣି ପିଇ ନିଜକୁ ହାଇଡ୍ରେଟ୍ ରଖିବାର ସୁଯୋଗ ପାଇ ନଥିଲେ। ଫଳରେ ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ। ଆଉ ଯେତେବେଳେ ସେ ଗ୍ରୀଷ୍ମ ପ୍ରବାହ ସଂପର୍କିତ ଖବର ପରିବେଷଣ କରୁଥିଲେ ତାଙ୍କ ଆଖି ବନ୍ଦ ହୋଇଯାଉଥିବା ସେ ଅନୁଭବ କରିଥିଲେ। ପରେ ପରେ ଟେଲିପ୍ରମ୍ପଟର ତାଙ୍କଠାରୁ ଦୂରେଇ ଯାଉଥିବା ସେ ଅନୁଭବ କରିଥିଲେ ।
Powered by Froala Editor