'ବ୍ରହ୍ମୋସ'କୁ ଫିଲିପାଇନ୍ସକୁ ରପ୍ତାନୀ କଲା ଭାରତ
ନୂଆଦିଲ୍ଲୀ: ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ସୁପରସୋନିକ କ୍ରୁଜ ମିସାଇଲ 'ବ୍ରହ୍ମୋସ'କୁ ଫିଲିପାଇନ୍ସକୁ ରପ୍ତାନୀ କଲା ଭାରତ । ସି-୧୭ ଗ୍ଲୋବମାଷ୍ଟର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସାହାଯ୍ୟରେ ଏହି ମିସାଇଲକୁ ପଠାଯାଇଛି । ତେବେ ଉଭୟ ଦେଶ ପାଇଁ ଏହି ଚୁକ୍ତିନାମା ବେଶ ଗୁରୁତ୍ୱ ବହନ କରୁଥିଲା । କାରଣ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ସମୟରେ ଚୀନର ଦାଦାଗିରିର ମୁକାବିଲା କରିବା ପାଇଁ ଏହି ମିସାଇଲ ବେଶ ଫିଲିପାଇନ୍ସ ପାଇଁ ବେଶ ଗୁରୁତ୍ୱବହନ କରେ । ଅନ୍ୟପଟେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଥିବା ଭାରତକୁ ଏହି ଚୁକ୍ତି ଏକ ନୂଆ ଦିଗ ପ୍ରଦାନ କରିଛି । ଜାନୁଆରୀ ୨୦୨୨ରେ ବ୍ରାହ୍ମୋସ ମିସାଇଲ କ୍ରୟ ନେଇ ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୩୭କୋଟି ୫୦ ଲକ୍ଷ ଟଙ୍କାରେ ବ୍ରହ୍ମୋସକୁ କ୍ରୟ କରିଛି ଫିଲିପାଇନ୍ସ । ୨୯୦ କିଲୋମିଟର ପରିସରରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ରପ୍ତାନୀ କରିବା ପାଇଁ ଏହା ପ୍ରଥମ ଚୁକ୍ତି ରହିଥିଲା । ତେବେ ଦକ୍ଷିଣ ଚୀନ ସାଗରରେ ଚୀନର ଦାଦାଗିରି ବଢୁଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଏହି ମିସାଇଲ ବେଶ ଗୁରୁତ୍ୱ ସାବ୍ୟସ୍ତ ହେବ । ଅନ୍ୟପଟେ ଫିଲିପାଇନ୍ସ ନୌସେନା ଆମେରିକା ସହ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି ।
Powered by Froala Editor