ଏକତରଫା ପ୍ରେମରୁ କର୍ପୋରେଟରଙ୍କ ଝିଅକୁ ହତ୍ୟା
ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକ ଜିଲ୍ଲାରେ । ଜଣେ କଂଗ୍ରେସ କର୍ପୋରେଟରଙ୍କ ଝିଅକୁ ହତ୍ୟା କରାଯାଇଛି । ପ୍ରେମରେ ପାଗଳ ଜଣେ ପ୍ରେମିକ କର୍ପୋରେଟରଙ୍କ ଝିଅକୁ ମାରିଦେଇଛି । ମୃତ ଛାତ୍ରୀ ଜଣକ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରମାଥ୍ଙ୍କ ଝିଅ ନେହା ବୋଲି ଜଣାପଡ଼ିଛି। ହତ୍ୟାକାରୀର ନାମ ଫୟାଜ।
ନେହା ବିଭିବି କଲେଜରେ ପ୍ରଥମ ବର୍ଷର ଏମସିଏ ଛାତ୍ରୀ ଥିଲେ। ଏହି କଲେଜରେ ଫୟାଜ ବି ପଢ଼ୁଥିଲା। କିଛିଦିନ ହେବ ଫୟାଜ ନେହା ଯେଉଁଆଡେ ଯାଉଥିଲେ ତାଙ୍କର ପଛରେ ପଛରେ ଯାଉଥିଲା। ନିକଟରେ ଫୟାଜ ନେହାଙ୍କୁ ଏକତରଫା ଭଲ ପାଇ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ନେହା ଏଡ଼ାଇ ଦେଇଥିଲେ। ଯେଉଁଥିପାଇଁ ଫୟାଜକୁ ଅପମାନିତ ହେବାକୁ ପଡ଼ିଥିଲା। ଏହି ଅପମାନର ପ୍ରତିଶୋଧ ନେବା ପାଇଁ ସେ କଲେଜ କ୍ୟାମ୍ପସରେ ନେହା ଥିବା ବେଳେ ତାଙ୍କୁ ଛୁରାମାଡ଼ କରି ହତ୍ୟା କରି ଫେରାର ହୋଇଯାଇଥିଲା।
କଲେଜ କର୍ତ୍ତୃପକ୍ଷ ତୁରନ୍ତ ନେହାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତହନ୍ତ ଆରମ୍ଭ କରି ହୁବଲିରୁ ଫୟାଜକୁ ଗିରଫ କରିଥିଲା। ଫୟାଜର ମାନସିକ ସ୍ଥିତି ଯାଞ୍ଚ କରାଯାଉଛି । ପୂର୍ବରୁ ତାର ଏମିତି କିଛି ରେକର୍ଡ ଅଛି ନା ନାହିଁ ତାହା ଜାଣିବାକୁ ପରିବାର ଲୋକଙ୍କୁ ଜେରା କରାଯାଉଛି ।
Powered by Froala Editor