ବ୍ୟାନ୍ ହେଲା 'X, କେଉଁଠି ଜାଣନ୍ତୁ?
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ଏଲନ୍ ମସ୍କଙ୍କୁ ଲାଗିଛି ବଡ ଝଟ୍କା। ବ୍ୟାନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ 'X'। ଭାରତର ପଡୋଶୀ ଦେଶ ପାକିସ୍ତାନରେ ଟ୍ୱିଟର୍ ତଥା ଏକ୍ସକୁ ବ୍ୟାନ୍ କରାଯାଇଛି।
ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରଠାରୁ ଉପଭୋକ୍ତାମାନେ X କୁ ବ୍ୟବହାର କରିପାରୁ ନାହାଁନ୍ତି। ଏବେ ପାକିସ୍ତାନ ସରକାର ବର୍ତ୍ତମାନ ଏଲନ ମସ୍କଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜାତୀୟ ସୁରକ୍ଷା କଥା ଦର୍ଶାଇ ପାକିସ୍ତାନ ସରକାର X ଉପରେ ବ୍ୟାନ୍ ଲଗାଇ ଥିବା ସୂଚନା ମିଳିଛି।
Powered by Froala Editor