ଗାନ୍ଧିନଗରରେ ଶାହାଙ୍କ ଲଢ଼ିବେ ସୋନାଲ, କହିଲେ ଲଢ଼ିବାକୁ ଦ୍ୱିଧା ନାହିଁ
ଗୁଜରାଟର ଗାନ୍ଧିନଗର ଆସନରୁ ଲଢୁଛନ୍ତି ବିଜେପି ନଂ୨ ନେତା ଅମିତ ଶାହା । ତାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ। ସୋନାଲ କହିଛନ୍ତି, ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସେ ଆଦୌ ଦ୍ୱିଧା କରୁନାହାନ୍ତି କି ଭୟ ବି କରୁନାହାନ୍ତି।
ଏଆଇସିସି ସମ୍ପାଦକ ତଥା ମୁମ୍ବାଇ ଓ ପଶ୍ଚିମ ମହାରାଷ୍ଟ୍ର ପାଇଁ ଦଳର ସହ ପ୍ରଭାରୀ ସୋନାଲ ପଟେଲ (୬୨) ଦାବି କରିଛନ୍ତି ଯେ ବିଜେପି ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବାରୁ ବିଜେପି ବିରୋଧରେ ସରକାର ବିରୋଧୀ ଲହର ଚାଲିଛି। ଶାସକ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀଙ୍କୁ ଭୟଭୀତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଏକ ସାକ୍ଷାତକାରରେ ପଟେଲ କହିଛନ୍ତି, ‘ମୁଁ ମହାରାଷ୍ଟ୍ରରେ କଂଗ୍ରେସ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଦଳରୁ ଟିକେଟ୍ ମାଗି ନ ଥିଲି, ଯେଉଁଠାରେ ମୁଁ ମୁମ୍ବାଇ ଏବଂ ପଶ୍ଚିମ ମହାରାଷ୍ଟ୍ରର ସହ-ଇନ୍ଚାର୍ଜ ଅଟେ। କିନ୍ତୁ ଦଳ ମୋତେ ଗାନ୍ଧୀନଗରରୁ ଚୟନ କରିଥିଲା ଏବଂ ମୁଁ ଏହାକୁ ଗ୍ରହଣ କଲି।’
Powered by Froala Editor