ଝଗଡ଼ା ନେଲା ଉଗ୍ରରୂପ : ୭ ମହଲାରୁ ଡେଇଁ ପଡ଼ିଲେ ୨ ୟୁଟ୍ୟୁବର
ସୁଟିଂରେ ଝଗଡ଼ା ହେବାରୁ ୭ମହଲା ତଳକୁ ଡେଇଁ ଜୀବନ ହାରିଲେ ପ୍ରେମୀଯୁଗଳ। ହରିୟାଣାର ବାହାଦୂରଗଡରେ ଘଟିଛି ଏଭଳି ଘଟଣା। ବାହାଦୂରଗଡ଼ ରାଜଧାନୀ ଦିଲ୍ଲୀ ଠାରୁ ମାତ୍ର ୨୦ କିମି ଦୂର। ମୃତକମାନେ ହେଲେ ଗର୍ବିତ୍(୨୫) ଓ ନନ୍ଦିନୀ(୨୨)।
ଉଭୟ କଣ୍ଟେନ କ୍ରିଏଟର ଓ ସେମାନେ ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ଚଳାନ୍ତି। ୟୁଟ୍ୟୁବ ଓ ଫେସବୁକରେ ବିଭିନ୍ନ ପ୍ରକାରର ଶଟ ଫିଲ୍ମ ମଧ୍ୟ ଅପଲୋଡ କରନ୍ତି। କିଛି ଦିନ ତଳେ ଏହି ୟୁଟ୍ୟୁବର ଦମ୍ପତି ସେମାନଙ୍କ ଟିମ ସଦସ୍ୟଙ୍କ ସହ ଡେରାଡୁନରୁ ବାହାଦୂରଗଡ଼କୁ ଆସିଥିଲେ। ସେମାନେ ରୁହୀଲା ରେସିଡେନ୍ସିର ୭ମ ମହଲାରେ ଗୋଟିଏ ଫ୍ଲାଟ ଭଡ଼ାରେ ନେଇ ରହୁଥିଲେ। ତାଙ୍କ ସହ ସେମାନଙ୍କ ଟିମର ୫ ଜଣ ସଦସ୍ୟ ବି ଫ୍ଲାଟରେ ରହୁଥିଲେ।
ପୁଲିସ୍ କହିଛି ଯେ ୟୁଟ୍ୟୁବର ଦମ୍ପତି ଆଜି ସକାଳ ପ୍ରାୟ ୬ଟାରେ ଜୀବନ ହାରିଛନ୍ତି। ଶୁଟିଂ ସାରି ସେମାନେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। କିନ୍ତୁ କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଦୁହେଁ ୭ମହଲା ତଳକୁ ଡେଇଁ ପଡ଼ିଥିଲେ।
Powered by Froala Editor