ବସ୍ ଦୁର୍ଘଟଣାରେ ୬ ଛାତ୍ରଙ୍କ ଜୀବନ ଚାଲିଗଲା
ଗୁରୁବାର ହରିୟାଣାରରେ ଏକ ସ୍କୁଲ୍ ବସଟି ଦୁଘର୍ଟଣାର ସମ୍ମୁଖୀନ ହୋଇଛି। ସ୍କୁଲ୍ ବସ୍ଟି ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମହେନ୍ଦ୍ରଗଡ଼ ଜିଲ୍ଲାର କନୀନା ଗାଁ ନିକଟରେ ଘଟିଥିଲା ଏ ଦୁର୍ଘଟଣା। ଦୁର୍ଘଟଣାର ଶିକାର ଏହି ସ୍କୁଲ ବସ ଏକ ଘରୋଇ ସ୍କୁଲର ବୋଲି ଜଣାପଡ଼ିଛି। ସ୍କୁଲ ବସରେ ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣାସ୍ଥଳରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ଅନ୍ଯ ଜଣେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ଯୁ ହୋଇଥିଲା।
ଇଦ୍-ଉଲ୍-ଫିତଲ ପାଇଁ ଚାରିଆଡ଼େ ଛୁଟି ଥିବା ବେଳେ ସେହି ସ୍କୁଲ୍ଟି କିନ୍ତୁ ଖୋଲା ଥିଲା। ବସର ଡ୍ରାଇଭର ନିଶାଗ୍ରସ୍ତ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣା ପରେ ଆଖପାଖର ଲୋକେ ଆସି ବସରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତନାଘନା କରୁଛି।
ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲେ। ବସର ଫିଟନେସ୍ ସାର୍ଟିଫିକେଟ୍ ଛଅ ବର୍ଷ ପୂର୍ବେ ୨୦୧୮ ତାରିଖରେ ଶେଷ ହୋଇଯାଇଥିଲା।
Powered by Froala Editor