ଅଭିନୟକୁ ଅଲବିଦା କଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ : ଅଭିନୟକୁ ଅଲବିଦା କଲେ ଟିଭିର ଜଣାଶୁଣା ଅଭିନେତ୍ରୀ ଅନିତା ହସନନ୍ଦାନୀ । ଏହା ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ଏକଦମ୍ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ନିଜ ଅଭିନୟରେ ଦର୍ଶକଙ୍କ ମନ ମୋହୁଥିବା ଅନିତା ହସନନ୍ଦାନୀ ଏକଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଅନିତା ତାଙ୍କ ପୁଅ ଆରବଙ୍କ ଜନ୍ମପରେ ତାଙ୍କର ସଠିକ୍ ଭାବରେ ଦେଖାଶୁଣା କରିବା ପାଇଁ ଏପରି ନିଷ୍ପତି ନେଇଛନ୍ତି । ଗତ ୨୩ ବର୍ଷ ଧରି ଅନିତା ଟିଭି ଦୁନିଆଁରେ ଆକ୍ଟିଭ୍ ଅଛନ୍ତି ।
ଅନିତା କହିଛନ୍ତି ଯେ, ‘ ଆରବ ଏବେ ମାତ୍ର ୪ ମାସର ହୋଇଛନ୍ତି । ମୁଁ ପ୍ରଥମରୁ ହିଁ ଭାବି ନେଇଥିଲି କି ଯେବେବି ମୋର ପିଲା ହବ , ମୁଁ ଆକ୍ଟିଂ ଇଣ୍ଡଷ୍ଟ୍ରି ଛାଡିଦେବି ଏବଂ ପୁରା ଧ୍ୟାନ ମୋ ପିଲା ଉପରେ ଦେବି । ଏବେ ମୁଁ ମୋର ପୁରା ଧ୍ୟାନ ମୋ ପିଲା ଉପରେ ଦେବାକୁ ଚାହୁଁଛି । ଏହି ନିଷ୍ପତି ମୁଁ ମହାମାରୀ ପାଇଁ ନେଇନାହିଁ । ଏମିତି ଜମାରୁ ନୁହେଁ କି ମୁଁ କରୋନା ଭାଇରସ କାରଣରୁ ଟିଭି ଇଣ୍ଡଷ୍ଟ୍ରି ଛାଡୁଛି । ମୁଁ କେବଳ ମୋ ପିଲାସହ ଘରେ ରହିବାକୁ ଚାହୁଁଛି ।
ସେ ଆଗକୁ ଏକଥା ମଧ୍ୟ କହିଛନ୍ତି ଯେ, ‘ଏବେ ମୋ ମୁଣ୍ଡରେ କେବଳ ଗୋଟିଏ କଥା ଅଛି ଯେ, ମୁଁ କେମିତି ଅଧିକ ରୁ ଅଧିକ ସମୟ ମୋ ପିଲାକୁ ଦେବି । ମୁଁ ଜାଣି ନାହିଁ ମୁଁ କେବେ ଟିଭି ଇଣ୍ଡଷ୍ଟ୍ରିକୁ ଫେରିବି ।
Powered by Froala Editor