ବଡ଼ ଖବର: ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବେ ଏହି ୩ ଜଣ

ନୂଆଦିଲ୍ଲୀ: ଦେଶରେ ପୁଣି ୩ଜଣଙ୍କୁ ଭାରତ ରତ୍ନ ଦିଆଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ଏହାଛଡ଼ା ବୈଜ୍ଞାନିକ ଡାକ୍ତର ଏମ.ଏସ ସ୍ୱାମୀନାଥନଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ସମ୍ପୃକ୍ତ ୩ ଜଣଙ୍କୁ ଭାରତ ରତ୍ନ ଦିଆଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ନେଇ ପ୍ରଧାନମନ୍ତ୍ରୀ ନିଜେ ସୂଚନା ଦେଇଥିଲେ ।
Powered by Froala Editor