ସାର୍ବଜନୀନ ହୋଇପାରେ ଜ୍ଞାନବାପି ମସଜିଦ ସର୍ଭେ ରିପୋର୍ଟ
ଜ୍ଞାନବାପି ମସ୍ଜିଦ୍ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ। ଏନେଇ ଫାଷ୍ଟ ଟ୍ରାକ୍ କୋର୍ଟ ନିଷ୍ପତ୍ତି ନେଇଛନ୍ତି।ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ ।
ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି। ଏହି ରିପୋର୍ଟକୁ ସାର୍ବଜନୀନ କରିବା ନେଇ ବାରଣାସୀ ଜିଲ୍ଲା ଅଦାଲତ ରାୟ ଶୁଣାଇପାରନ୍ତି। ଯାହା ପରେ ଗୁରୁବାର ହିନ୍ଦୁ ପକ୍ଷ ପକ୍ଷରୁ ରିପୋର୍ଟର ହାର୍ଡ କପି ପାଇଁ ଆବେଦନ କରାଯିବ ।
ନିକଟରେ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଜ୍ଞାନବାପି ମସ୍ଜିଦରେ ଏଏସ୍ଆଇର ସର୍ଭେ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା। ଏ ସମ୍ପର୍କରେ ବାରାଣସୀ କୋର୍ଟରେ ଶୁଣାଣି ହୋଇଥିଲା, ଯେଉଁଥିରେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ ବୋଲି କୋର୍ଟ କହିଛନ୍ତି। ଏଏସଆଇ ପ୍ରାୟ ୧୫୦୦ ପୃଷ୍ଠାର ସର୍ଭେ ରିପୋର୍ଟ ଦାଖଲ କରିଛି ।
Powered by Froala Editor