କ୍ୟାନସରରେ ପୂର୍ବତନ ବକ୍ସର ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତ

ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଗାଙ୍ଗୋମ ଡିଙ୍କୋ ସିଂହଙ୍କ ୪୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ବକ୍ସିଂ ରିଂରେ ପ୍ରତିପକ୍ଷଙ୍କୁ ଚିତ କରୁଥିବା ଏହି ପୂର୍ବତନ ମୁଷ୍ଟିଯୋଦ୍ଧା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ୨୦୧୭ ମସିହାରୁ ସେ ରୋଗାଗ୍ରସ୍ତ ଥିଲେ । ଲିଭର୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାରୁ ବି ସେ ହରାଇଥିଲେ । କିନ୍ତୁ କ୍ୟାନସରକୁ ଜିତି ପାରିଲେ ନାହିଁ । ମଣିପୁର ବାସିନ୍ଦା ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡିଙ୍କୋଙ୍କ ମୃତ୍ୟୁରେ ଭାରତ ଜଣେ ମହାନ୍ ବକ୍ସରଙ୍କୁ ହରାଇଲା ଦେଶରେ ବକ୍ସିଂକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ, ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍କୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
୧୯୯୮ ମସିହାରେ ବ୍ୟାଙ୍କକରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଗାଙ୍ଗୋମ ଡିଙ୍କୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।
Powered by Froala Editor