ଫାଇନାଲ୍ରେ ଭାରତ
ବିଶ୍ୱକପ୍ ୨୦୨୩ ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ମହମ୍ମଦ ଶାମିଙ୍କ ଘାତକ ୭ ୱିକେଟ ବଳରେ ଭାରତ ରଚିଛି ଇତିହାସ। ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନ୍ରେ ପରାସ୍ତ କରିଛି। ଏହା ସହ ଟିମ ଇଣ୍ଡିଆ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।
ଏଥର ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତ ଧାର୍ଯ୍ୟ ୫୦ ଓଭରରେ ଚାରି ଉଇକେଟ ହରାଇ ୩୯୭ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ୩୨୭ ରନ କରି ଅଲଆଉଟ ହୋଇଥିଲା। କ୍ରମାଗତ ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ରବିବାର ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ।
ବିରାଟଙ୍କ ଅର୍ଦ୍ଧଶତକ, ଭାଙ୍ଗିଲା ସଚିନ ତେନ୍ଦୁଲକରଙ୍କ ରେକର୍ଡ
ଇତିହାସ ରଚିଛନ୍ତି ବିରାଟ କୋହଲି। ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ ଶତକରେ ହାସଲ କରିଛନ୍ତି ଅର୍ଦ୍ଧଶତକ। କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ସବୁ ରେକର୍ଡକୁ ଚୂରମାର କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିରାଟ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ୫୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ୯୦ ରନ କରିବା ପରେ ସାମାନ୍ୟ ଧିମା ପଡ଼ିଯାଇଥିଲେ। ସେ ୯୨ ରନ କରିଥିବା ବେଳେ କ୍ରାମ୍ପର ସମ୍ମୁଖୀନ ହୋଇଥିଲେ। ତଥାପି ସେ ବ୍ୟାଟିଂ କରିଥିଲେ। ଏଥିସହ ୧୦୬ ବଲରେ ସେ ନିଜର ୫୦ତମ ଶତକ ହାସଲ କରିଥିଲେ।
Powered by Froala Editor