ମାତ୍ରାଧିକ ପିଆଜ ଖାଇବା ଗଳଗଣ୍ଡର କାରଣ

ପିଆଜରେ ପର୍ୟ୍ୟାପ୍ତ ମିନେରାଲ୍ସ ଏବଂ ଭିଟାମିନ୍ ରହିଛି। କିନ୍ତୁ ଏହାକୁ ଅଧିକ ଖାଇଲେ କ୍ଷତିକାରକ ହୋଇପାରେ। ଜାଣନ୍ତୁ, ମାତ୍ରାଧିକ ପିଆଜ ଖାଇଲେ ଶରୀର ଉପରେ କି ପ୍ରଭାବ ପଡେ..
କଞ୍ଚା ପିଆଜରେ ଗନ୍ଧକ ଆଧାରିତ ତତ୍ତ୍ୱ ଥାଏ। ତେଣୁ ଏହା ଖାଇଲେ ପାଟିରୁ ବହୁସମୟ ପର୍ୟ୍ୟନ୍ତ ଦୁର୍ଗନ୍ଧ ବାହାରେ।
ପିଆଜରେ ଥିବା ଏହି ତତ୍ତ୍ୱ ଶରୀରକୁ ଯାଇ ଥାୟୋସାୟନେଟ୍ ହୋଇଯା’ନ୍ତି। ଏହା ଥାଇରଏଡ ଗ୍ରନ୍ଥିର କାର୍ୟ୍ୟକ୍ଷମତାକୁ ପ୍ରଭାବିତ କରେ। ତେଣୁ ମାତ୍ରାଧିକ ପିଆଜ ସବୁବେଳେ ଖାଇବା ଗଳଗଣ୍ଡର କାରଣ ହୁଏ।
କେହିକେହି ଦିନକୁ ୫୦୦ଗ୍ରାମରୁ ଅଧିକ ପିଆଜ ଖାଇଥାନ୍ତି। ଏହା ଏନିମିଆ ହେବାର ଆଶଙ୍କା ବଢାଏ।
ଯେଉଁମାନଙ୍କର ଚର୍ମ ସମ୍ବେଦନଶୀଳ, ସେମାନଙ୍କ ଠାରେ ପିଆଜ ଖାଇଲେ ଆଲର୍ଜି, ଯଥା- ଫୋଟକା ସୃଷ୍ଟି ହେବା, ଫୁଲିଯିବା ଏବଂ ବହୁବାର ଶ୍ୱାସକ୍ରିୟାରେ ସମସ୍ୟା ଆଦି ହୋଇପାରେ।
ଅଧିକ ପିଆଜ ଖାଇଲେ ଗ୍ୟାଷ୍ଟ୍ରିକ୍ ହେବାର ଆଶଙ୍କା ରହିଛି। ବହୁଲୋକଙ୍କଠାରେ ପିଆଜର କ୍ଷତିକାରକ ପ୍ରତିକ୍ରିୟା ଭାବେ ଏସିଡିଟି ହୋଇ ପେଟ ଜଳାପୋଡା କରିଥାଏ।
ଔଷଧ ଖାଇବା ସମୟରେ ପିଆଜ ଖାଉଥିଲେ ଏହା ଔଷଧକୁ ପ୍ରଭାବିତ କରିପାରେ।
Powered by Froala Editor