ହମାସ୍ ବାୟୁସେନା ମୁଖ୍ୟ ମୃତ

ହମାସ୍ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦ ନିହତ ହୋଇଛନ୍ତି । ବିମାନ ଆକ୍ରମଣରେ ହମାସ୍ ବାୟୁସେନା ମୁଖ୍ୟଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି। ଗାଜା ଷ୍ଟ୍ରିପ୍ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରାଯିବାରୁ ତାଙ୍କର ମୃତ୍ୟୁ ଘଟିଛି।
‘ଏକ୍ସ୍’ ପୋଷ୍ଟ୍ରେ ଇସ୍ରାଏଲୀୟ ବାୟୁସେନା କହିଛି, ବାୟୁସେନାର ଲଢୁଆ ଜେଟ୍ ସବୁ ହମାସ୍ ଆତଙ୍କବାଦୀ ସଙ୍ଗଠନର ଆଭିଯାନିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ସେଠାରୁ ସେମାନଙ୍କ ସଙ୍ଗଠନର ବିମାନ ଆକ୍ରମଣ କାର୍ଯ୍ୟକଳାପ ପରିଚାଳନା କରାଯାଉଥିଲା। ଶନିବାର ଦିନ ନରସଂହାରମୂଳକ ଆକ୍ରମଣ ପାଇଁ ବିଶେଷ ଭୂମିକା ନିର୍ବାହ କରିଥିବା ବାୟୁସେନା ସଙ୍ଗଠନର ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ଗତକାଲିର ଆକ୍ରମଣରେ ମୃତ୍ୟୁ ଘଟିଛି।
Powered by Froala Editor