ଖଟ ତଳେ ଖଜାନା : ଚଢ଼ଉବେଳେ ମିଳିଲା ପେଟି ପେଟି ଟଙ୍କା

ବେଙ୍ଗାଲୁରୁର ଏକ ଖାଲି ଫ୍ଲାଟରେ ଚଢଉ ବେଳେ ଆୟକର ଅଧିକାରୀମାନେ ୨୩ ପେଟି ଭର୍ତ୍ତି ଟଙ୍କା ପାଇଛନ୍ତି। ଏହି ମାମଲାରେ ଆୟକର ଅଧିକାରୀମାନେ ଜଣେ ପୂର୍ବତନ ମହିଳା କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରୁଛନ୍ତି।
ଏହି ଫ୍ଲାଟ ବାଙ୍ଗାଲୁରୁର କଂଗ୍ରେସ ନେତା ପୂର୍ବ ପାର୍ଷଦ ଅଶ୍ୱଥମ୍ମାଙ୍କର ଜଣେ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଆୟକର ବିଭାଗ ପକ୍ଷରୁ ପୂର୍ବ ପାର୍ଷଦଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଗତକାଲି ଚଢ଼ାଉ କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଆରଟି ନଗର ନିକଟସ୍ଥ ଆତ୍ମାନନ୍ଦ କଲୋନୀରେ ଥିବା ଏକ ଫ୍ଲାଟରେ ଚଢ଼ାଉ ବେଳେ ୪୨ କୋଟି ଟଙ୍କାର ନଗଦ ଟଙ୍କା ମିଳିଥିଲା। ସୂତ୍ରରୁ ପ୍ରକାଶ ଯେ ଶଯ୍ୟା ତଳେ ଥିବା ୨୩ଟି ବକ୍ସରେ ମୋଟ ୪୨ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ୍ ଥିଲା।
ଅନ୍ୟପକ୍ଷରେ ଏହି ଟଙ୍କା ଜବତ ହେବାକୁ ତେଲେଙ୍ଗାନା ନିର୍ବାଚନ ସହ ଯୋଡ଼ିଛି ଭାରତ ରାଷ୍ଟ୍ର ସମିତି ନେତା ତଥା ତେଲେଙ୍ଗାନା ଅର୍ଥମନ୍ତ୍ରୀ ହରିଶ ରାଓ । ସେ କହିଛନ୍ତି ଯେ ଏହି ଟଙ୍କା କଂଗ୍ରେସ ଦଳର ଓ ଏଗୁଡ଼ିକ ତେଲେଙ୍ଗାନା ନିର୍ବାଚନ ବେଳେ ବ୍ୟବହାର ପାଇଁ ସଂଗ୍ରହ କରାଯାଇଥିଲା । ଏନେଇ କଂଗ୍ରେସ ନେତାଙ୍କ ମତାମତ ମିଳି ପାରି ନାହିଁ।
Powered by Froala Editor