ବାଟଲା ହାଉସ ଏନକାଉଣ୍ଟର ମାମଲାରେ ବଡ ରାୟ : ଆଜୀବନ କାରାଦଣ୍ଡରେ ରହିବ ଆରିଜ ଖାଁ

୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ବଡ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ହତ୍ୟା ମାମଲାରେ ଆରିଜ୍ ଖାଁଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି । ଏହାର ଅର୍ଥ ମୃତ୍ୟୁ ପର୍ଯ୍ୟନ୍ତ ଆରିଜ ଜେଲରେ ରହିବ।
ଟ୍ରାଏଲ କୋର୍ଟ ଏହାର ଶୁଶାଣି କରି ଆରିଜ ଖାନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ହାଇକୋର୍ଟର ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଅମିତି ଶର୍ମାଙ୍କ ଖଣ୍ଡପୀଠ ଟ୍ରାଏଲ କୋର୍ଟଙ୍କ ରାୟକୁ ବଦଳାଇ ଦେଇଛନ୍ତି।
୨୦୦୮ମସିହାରେ ବାଟଲା ହାଉସରେ ଘଟିଥିବା ଗୁଳିକାଣ୍ଡରେ ଦିଲ୍ଲୀ ପୁଲିସ୍ ଇନସପେକ୍ଟର ମୋହନ ଚନ୍ଦ୍ର ଶର୍ମା ପ୍ରାଣ ହରାଇଥିଲେ। ଏନକାଉଣ୍ଟରରେ ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀ ଆତିଫ ଅମିନ ଓ ମହମ୍ମଦ ସାଜିଦ ନିହତ ହୋଇଥିଲେ । ଏହାକୁ ନେଇ ପୂରା ଦେଶରେ ସେତେବେଳେ ହଇଚଇ ଦେଖିବାକୁ ମିଳିଥିଲା।
Powered by Froala Editor