ହିଂସ୍ର ହମାସ : ୪୦ ଶିଶୁଙ୍କ ମୁଣ୍ଡ କାଟିଦେଲେ
ଶନିବାର ଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩ ହଜାର ଲୋକଙ୍କ ଜୀବନ ଗଲାଣି। ଗାଜା ଷ୍ଟ୍ରିପରେ ଇସ୍ରାଏଲ୍ ବୋମାବର୍ଷା ପାଇଁ ୨୬୦,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଗାଜାରେ ୨୬୩,୯୩୪ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାରେ ୧୦୫୫ ଜଣଙ୍କର ମୃତ୍ୟୁ ହେଲାଣି। ଏଥି ମଧ୍ୟରେ ୨୬୦ ଶିଶୁ ଏବଂ ୨୩୦ ମହିଳା ଅଛନ୍ତି।
ହମାସମାନେ ବର୍ବରତାର ସବୁ ସୀମା ଟପିଯାଇଛନ୍ତି। ଗାଜା ଷ୍ଟ୍ରିପ୍ ଠାରୁ ମାତ୍ର ୩ କିମି ଦୂର ଇସ୍ରାଏଲର କଫର ଆଜାରେ ୪୦ ଶିଶୁଙ୍କୁ ଅତି ନିର୍ମମ ଭାବେ ମୁଣ୍ଡକାଟ କରି ହତ୍ୟା କରାଯାଇଛି। ହମାସମାନେ ଏହି ବର୍ବର କାଣ୍ଡ ଘଟାଇଛନ୍ତି। ହମାସ ଆକ୍ରମଣରେ ଇସ୍ରାଏଲର ୧୬୦ରୁ ଅଧିକ ସୈନିକ ନିହତ ହୋଇଛନ୍ତି।
ଅନ୍ୟପକ୍ଷେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ । ପ୍ରଥମେ ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି। ଗାଜା ଦଖଲ କରିବାକୁ ଇସ୍ରାଏଲ ଯାଉଥିବାରୁ ସେଠାରେ ଘନଘନ ଆକ୍ରମଣ କରିଥିଲା। ଗାଜାକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରି ଦେଇଥିଲା।
Powered by Froala Editor