ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ
ଏମ୍ଏ ଚିଦାମ୍ବରମ୍ କ୍ରିକେଟ ଷ୍ଟାଡିୟମରେ ୨୦୨୩ ବିଶ୍ୱକପ୍ର ପଞ୍ଚମ ମ୍ୟାଚ୍ରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ଦମ୍ଦାର ଅର୍ଦ୍ଧଶତକ ବଳରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି ଭାରତ। ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଫଳରେ ଭାରତ ଆଗରେ ୨୦୦ ରନ୍ର ବିଜୟ ଟାର୍ଗେଟ ରଖିଥିଲା। ଜବାବରେ ଭାରତ ୪୧.୨ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
୨୦୦ ରନ୍ର ଟାର୍ଗେଟ୍ ନେଇ ଓପ୍ନିଂ କରିବାକୁ ଆସିଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଈଶାନ କିଶନ। ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲ୍ରେ ପାଭିଲିୟନ୍ ଫେରି ଯାଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍ରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ ଆସିଥିଲେ ବିରାଟ୍ କୋହଲି।
କୋହଲି ଓ କେ.ଏଲ୍ ରାହୁଲ୍ ଅଷ୍ଟ୍ରେଲିଆ ବୋଲରଙ୍କୁ କଡ଼ ଯବାବ ଦେଇଥିଲେ। କୋହଲି ୧୧୬ ବଲ୍ରେ ୮୫ ରନ୍ କରି ଜୋଶ ହାଜେଲଉଡଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୮ ବଲ୍ରେ ୧୧ ରନ୍ କରିଥିବା ବେଳେ ରାହୁଲ୍ ୧୧୫ ବଲ୍ରେ ୯୭ ରନ୍ କରି ନଟ୍ଆଉଟ୍ ଅଛନ୍ତି। ୪୧.୨ ଓଭରରେ ଭାରତ ବିଜୟୀ ହୋଇଥିଲା।
Powered by Froala Editor