ଚମକୁଛନ୍ତି ଭାରତୀୟ : ଗୋଟିଏ ଦିନରେ ୩ ସ୍ୱର୍ଣ୍ଣ ପଦକ

ଏସିଆନ ଗେମସରେ ଭାରତ ତିନି ତିନିଟି ସ୍ବର୍ଣ୍ଣ ପଦକ ହାତେଇଛି । ପ୍ରଥମେ ଶୁଟିଂର ଟ୍ରାପ ଇଭେଣ୍ଟ, ପରେ ଷ୍ଟିପଲଚେଜ୍ରେ ଅବିନାଶ ସାବଲ ଓ ଏବେ ଶଟପୁଟରେ ତଜିନ୍ଦର ପାଲ ସିଂହ ତୁର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତଜିନ୍ଦର ନିଜର ୬ଷ୍ଠ ପ୍ରାୟସରେ ୨୦.୩୬ ମିଟର ଦୂରତାକୁ ଲୁହା ବଲ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି।
ସେପଟେ ବକ୍ସିଂରେ ଆଉ ଏକ ରୌପ୍ୟ ପଦକ ହାତେଇଛି ଭାରତ। ବକ୍ସିଂର ୫୦ କେଜି ମହିଳା ବର୍ଗରେ ନିଖତ ଜରିନ ଫାଇନାଲରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ୨୦୨୨ରେ ଚାମ୍ପିଅନ ହେବା ପରେ ଏହା ନିଖତଙ୍କ ପ୍ରଥମ ପରାଜୟ। ୧୫ଶହ ମିଟର ଦୌଡ ମହିଳା ବର୍ଗରେ ହରମିଲନ ବେନସ୍ ରୌପ୍ୟ ପଦକ ଜିତିଛନ୍ତି। ୧୫ଶହ ମିଟର ଦୌଡ ପୁରୁଷ ବର୍ଗରେ ଅଜୟ କୁମାର ସରୋଜ ରୌପ୍ୟ ପଦକ ଜିତିଥିବାବେଳେ ଜିନସନ ଜନସନ ବ୍ରୋଂଜ ପଦକ ଜିତିଛନ୍ତି।
ସେହିପରି ହେପଥାଲନର ମହିଳା ବର୍ଗରେ ନନ୍ଦିନୀ ଅଗାସାରା ବ୍ରୋଂଜ ପଦକ ଜିତିଛନ୍ତି୍ । ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । ଗୋଲଫରେ ଅଦିତି ଅଶୋକ ପ୍ରଥମ ମେଡାଲ ଜିତିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତ ୫୧ଟି ମେଡାଲ ଜିତିଛି।
Powered by Froala Editor