ବଜ୍ରଘାତରେ ତିନି ମୃତ
ଧର୍ମଗଡ଼ :ବଜ୍ରଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ । ମୃତକ ହେଲେ ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତର ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନବମ ଶ୍ରେଣୀ ଝିଅ ଥିବା ସୁଚନା ମିଳିଛି।
ସୂଚନା ଅନୁଯାୟୀ, ରାଏଚନ ଲିମଗୋଛିଆଙ୍କ ସ୍ତ୍ରୀ ଗଏନ୍ତି, ନାତୁଣୀ ଲତା ଓ ଝିଆରୀ ବୋହୁ ଭାସ୍କରଙ୍କ ସ୍ତ୍ରୀ ରୂପେ ନିଜ ବିଲକୁ ଘାସ ବାଛିବାକୁ ଯାଇଥିଲେ । ପର୍ଲା ଅଞ୍ଚଳରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ହୋଇଥିଲା। ଘାସ ବାଛୁଥିବା ସମୟରେ ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାଦେଖି ପରିବାର ଲୋକେ ଧର୍ମଗଡ଼ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor