ବସ୍- ଟ୍ରକ୍ ଧକ୍କା, ୩୯ ଆହତ

ମଧ୍ୟପ୍ରଦେଶ : ବିଜେପିକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ରବିବାର ରାତିରେ ମଧ୍ୟପ୍ରଦେଶର ଖର୍ଗୋନ୍ ଜିଲ୍ଲାରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ରେ ଧକ୍କା ଖାଇବାରୁ ୩୯ଜଣ ଆହତ ହୋଇଛନ୍ତି ।ଭୋପାଳରେ ହେବାକୁ ଥିବା ‘ବିଜେପି’ କର୍ମୀଙ୍କ ବିଶାଳ ସମ୍ମଳନୀ ‘କର୍ଯ୍ୟକର୍ତ୍ତା ମହାକୁମ୍ଭ’ରେ ଯୋଗ ଦେବାକୁ ଯାଉଥିଲେ। ଏହି ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେବେ।
ଗତ ବିଳମ୍ବିତ ରାତ୍ରରେ କସରାବଦ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ବସ୍ରେ ଭଗବାନପୁର ଅନ୍ତର୍ଗତ ଖପରଜାମ୍ଲି, ରୁପଗଡ଼ ଓ ରାଇ ସାଗର ଅଞ୍ଚଳର ଅଧିକାଂଶ ‘ବିଜେପି’ କର୍ମୀ ଥିଲେ। ଜନସଂଘ’ର ସହ-ସଂସ୍ଥାପକ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୟନ୍ତୀ ଓ ରାଜ୍ୟବ୍ୟାପୀ ଚାଲିଥିବା ‘ବିଜେପି’ର ‘ଜନ ଆଶୀର୍ବାଦ ଯାତ୍ରା’ର ଔପଚାରିକ ସମାବର୍ତ୍ତନ ଅବସରରେ ‘କାର୍ଯ୍ୟକର୍ତ୍ତା ମହାକୁମ୍ଭ’ ଆୟୋଜନ କରାଯାଇଛି ବୋଲି ଦଳର ନେତାମାନେ କହିଛନ୍ତି।
Powered by Froala Editor