ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
ଭୁବନେଶ୍ବର : ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଡ଼ା-ଜଟଣୀ ରୋଡ ପ୍ରଧାନସାହି ନିକଟ ଜାମିକୋଳି ଗାଁ ନିକଟରୁ ମୃତଦେହ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।
ଖବର ଅନୁଯାୟୀ, ସୁନ୍ଦରପଦା-ଜଟଣୀ ରୋଡ ପ୍ରଧାନସାହି ଜାମୁକୋଳି ଗାଁ ନିକଟରେ ଥିବା ଏକ ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ସ୍କୁଟି ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେହିପରି ପୋଲିସ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସହଯୋଗ ନେଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ ଜାରି ରଖିଛି ।
Powered by Froala Editor