ହମସଫର ଏକ୍ସପ୍ରେସରେ ନିଆଁ

ଗୁଜରାଟର ବଲସାଡରେ ତିରୁଚିରାପଲ୍ଲୀ ଜଙ୍କସନ ଏବଂ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ବ୍ରେକ ଭ୍ୟାନର କୋଚରେ ଧୂଆଁ ଦେଖାଯାଇଥିଲା । ଦିନ ୨.୩୦ରେ ଏହି ଘଟଣା ଘଟିଥିଲା। ଟ୍ରେନର ଯାତ୍ରୀମାନେ କୋଚରୁ ଧୂଆଁ ବାହାରୁଥିବା ଦେଖିବା ପରେ ନିଆଁ ଲାଗିବା କଥା ସାମ୍ନାକୁ ଆସିଥିଲା।
ତେବେ ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଇଛି ଯେ ଟ୍ରେନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଛି । ନିଆଁ ଲାଗିବା ଖବର ଜାଣିବା ପରେ ରେଲୱେ ବିଭାଗ ତତ୍ପରତା ଦେଖାଇଥିଲା । ସଙ୍ଗେ ସଙ୍ଗେ ପାଖ କୋଚର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା ଏବଂ କେହି ମୃତାହତ ହୋଇନଥିବା ସୂଚନା । ନିଆଁ କବଳରେ ଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯାଇଛି ଏବଂ ଟ୍ରେନ୍ ଆଗକୁ ବଢ଼ିଛି ।
ଗତ ମାସରେ ମଦୁରାଇ ନିକଟସ୍ଥ ଏକ ପର୍ଯ୍ୟଟନ ଟ୍ରେନର କୋଚରେ ନିଆଁ ଲାଗିବା ପରେ ଅତି କମରେ ୯ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ୨୦ଜଣ ଆହତ ହୋଇଥିଲେ।
Powered by Froala Editor