ରାମ ମନ୍ଦିର ଉଡ଼ାଇ ଦେବାକୁ ଅଷ୍ଟମ ଶ୍ରେଣୀ ଛାତ୍ରର ଧମକ

ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ କଲ ପୁଲିସକୁ ଆସିଥିଲା। ୧୧୨ ନମ୍ବରକୁ ଆସିଥିବା ଏଭଳି ଫୋନ କଲ ପରେ ପୁଲିସ ଓ ପ୍ରଶାସନର ନିଦ ହଜି ଯାଇଥିଲା। ବର୍ତ୍ତମାନ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଏହି ୧୪ ବର୍ଷର ବାଳକ ବରେଲିର ବାସିନ୍ଦା। ସେ ଅଷ୍ଟମ ଶ୍ରେଣୀର ଛାତ୍ର । ପଚରାଉଚରା ବେଳେ ଛାତ୍ର ଜଣକ କହିଥିଲେ ସେ ୟୁଟ୍ୟୁବରେ ଦେଖିଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି, ତେଣୁ ସେ ମଜାରେ ନିୟନ୍ତ୍ରଣ କକ୍ଷକୁ ଫୋନ କରିଥିଲେ।
ସେ ପୁଲିସ କଣ୍ଟ୍ରୋଲ ରୁମ ୧୧୨ କୁ ଫୋନ କରି ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ। ଲକ୍ଷ୍ନୌରୁ ଅଯୋଧ୍ୟା ପର୍ଯ୍ୟନ୍ତ ତଦନ୍ତ କରାଯାଇଥିଲା। ଏହାପରେ ଜଣାପଡ଼ିଲା କି ବରେଲିର ଫତେହଗଞ୍ଜ ପଶ୍ଚିମ ପୁଲିସ ଷ୍ଟେସନ ନିକଟସ୍ଥ ଗ୍ରାମର ନିବାସୀ ଗିରିଶ ନାମରେ ନମ୍ବର ପଞ୍ଜୀକୃତ ହୋଇଥିଲା। ଗିରିଶଙ୍କ ନିକଟରେ ପୁଲିସ ପହଞ୍ଚିବା ପରେ ଜଣାପଡ଼ିଲା କି ତାଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବର ତାଙ୍କ ଘର ନିକଟରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବ୍ୟବହାର କରୁଛି। ଏହାପରେ ପୁଲିସ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅଟକ ରଖି ପଚରାଉଚରା କରିଥିଲା।
Powered by Froala Editor