ଗଣେଶ ବିସର୍ଜନ ବେଳେ ଶିଉଳିରେ ଗୋଡ଼ ଖସିଗଲା, ଭାସିଗଲେ ଯୁବକ
ଗଣେଶ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିସର୍ଜନ ବେଳେ ରାୟଗଡାରେ ଘଟିଛି ଅଘଟଣ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ମାଙ୍କଡଝୋଲା ବସ୍ତିର ଶ୍ରୀନିବାସ ଅଶୋକ କୁମାର (୩୦)।
ଅଶୋକ ନିଜ ମା’ଙ୍କ ସହ ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ। ପୋଲ ଉପରେ ମା’ ଠିଆ ହୋଇଥିବା ବେଳେ ଅଶୋକ ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିଲେ। ତେବେ ପ୍ରବଳ ବର୍ଷାରେ ନଦୀ କୂଳରେ ମାଟି ଖସଡ଼ା ଓ ଶିଉଳି ହୋଇଥିବାରୁ ସେ ସ୍ରୋତରେ ଭାସି ଯାଇଛନ୍ତି। ଏହା ଦେଖି ତାଙ୍କ ମା’ ପାଟି କରିଥିଲେ। ପାଟି ଶୁଣି କିଛି ଯୁବକ ପହଞ୍ଚି ତୁରନ୍ତ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି। ତେବେ ଅଶୋକଙ୍କ ପତ୍ତା ମିଳିନାହିଁ।
Powered by Froala Editor