୧୦ ୱିକେଟ୍ରେ ନେପାଳକୁ ପରାସ୍ତ କରି , ସୁପର୍ ୪ରେ ଭାରତ

ବର୍ଷା ବାଧାପ୍ରାପ୍ତ ଗ୍ରୁପ୍-ଏ’ ମୁକାବିଲାରେ ୧୦ ୱିକେଟ୍ରେ ନେପାଳକୁ ପରାସ୍ତ କରି ଭାରତ ଏସିଆ କପ ର ସୁପର୍ ୪ରେ ପହଂଚିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନେପାଳ ଚିତ୍ତାକର୍ଷକ ବ୍ୟାଟିଂ କରି ୪୮.୨ ଓଭରରେ ୨୩୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ପରେ ଭାରତର ଇନିଂସ ସମୟରେ ବାରମ୍ବାର ବର୍ଷା ସୃଷ୍ଟି କରିବାରୁ ଡିଏଲ୍ଏସ୍ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍ ଧାର୍ଯ୍ୟ କରାଯାଇଥିଲା। ଏହାର ଜବାବରେ ରୋହିତ (୫୯ ବଲ୍ରୁ ୭୪* ରନ୍) ଓ ଶୁବମନ ଗିଲ୍ (୬୨ ବଲ୍ରୁ ୬୭* ରନ୍)ଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍ ବଳକା ଥାଇ ୧୦ ୱିକେଟ୍ରେ ବିଜୟୀ ହୋଇଥିଲା। ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଦଳକୁ ଜିତାଇ ଥିବା ଅଧିନାୟକ ରୋହିତ ଶର୍ମା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
ଏହି ମ୍ୟାଚ ଜିତିଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ୍ ନିଶ୍ଚିତ ହୋଇଯାଇଛି । ଆସନ୍ତା ରବିବାର ଦିନ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣିଥରେ ପରସ୍ପରକୁ ଭେଟିବେ ।
Powered by Froala Editor