ଖାଇବାକୁ ହୋଟେଲରେ ବସିଥିଲେ, ଟଳି ପଡିଲେ

ପୁରୀ ବେଳାଭୂମି ଠାରେ ଥିବା ଏକ ହୋଟେଲରେ ଅଭାବନୀୟ ଘଟଣା ଘଟିଛି । ହୋଟେଲକୁ ଖାଇବାକୁ ଆସି ଜଣେ ଗ୍ରାହକଙ୍କ ମୃତ୍ୟୁ ଘଟିଛି । ଶ୍ରୀକାକୁଲମ୍ ଅଞ୍ଚଳର ଜଣେ ବ୍ୟକ୍ତି କୋଡିଏ ବର୍ଷ ହେବ ରେଣୁକା ଗଳିରେ ରହି ଜୋତା ସିଲାଇ କରି ପେଟ ପୋଷୁଥିଲେ । କିଛି ବର୍ଷ ହେବ ସେ ପ୍ରତିଦିନ ସନ୍ଧ୍ୟାରେ ରେଣୁକା ଗଳିରେ ଥିବା ହୋଟେଲକୁ ଖାଇବାକୁ ଆସୁଥିଲେ ।
କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସମୟରେ ସେ ଖାଇବାକୁ ହୋଟେଲରେ ବସିଥିବାବେଳେ ହଠାତ୍ ଟଳି ପଡିଥିଲେ । କେହି କିଛି ବୁଝିବା ଆଗରୁ ସେ ନିସ୍ତେଜ ହୋଇ ପଡିଯାଇଥିଲେ । ଉପସ୍ଥିତ ଥିବା ହୋଟେଲ କର୍ମଚାରୀ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ସିସିଟିଭି ଫୁଟେଜରେ ଏହି ବ୍ୟକ୍ତିଙ୍କ ପ୍ରାଣବାୟୁ ଉଡିଯିବାର ଦୃଶ୍ୟ କଏଦ ହୋଇଛି । ହୋଟେଲକୁ ଆସିବା, ହୋଟେଲରେ ବସିବା, ବିଚଳିତ ହେବା ଆଉ ତାପରେ ପଛକୁ ପଡିଯିବା ସହ ଜୀବନ ଚାଲିଯିବାର ଦୃଶ୍ୟ ରହିଛି ।
Powered by Froala Editor