ମାଲକାନଗିରି ଜିଲ୍ଲା ବାସୀଙ୍କ ପାଇଁ ବରଦାନ ପାଲଟିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା, ପ୍ରତି ମାସରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଦ୍ଵାରା ମିଳୁଛି ଅନେକ ଗୁରୁତ୍ତର ରୋଗୀଙ୍କୁ ଉତ୍ତମ ଚିକିତ୍ସା

ମାଲକାନଗିରି : ଉପାନ୍ତ ଅଞ୍ଚଳରେ ଗୁରୁତ୍ତର ରୋଗୀଙ୍କୁ ହାତ ପାହାନ୍ତାରେ ମିଳୁଛି ଉତ୍ତମ ସ୍ବାସ୍ତ୍ୟ ସେବା । ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ତ୍ୟ ସେବା ଯୋଜନା ମାଧ୍ୟମରେ ଏହି ସଫଳତା ମିଳିଥିବା ବେଳେ ବର୍ତ୍ତମାନ ପ୍ରତି ଥର ପରି ଚଳିତ ମାସରେ ମଧ୍ୟ ଏହି ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲାକୁ ଆସିଛନ୍ତି ସୁପର ସ୍ପେଶାଲିଷ୍ଟ ଡାକ୍ତରି ଦଳ । ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ପାଞ୍ଚ ଜଣ ବରିଷ୍ଟ ଡାକ୍ତର ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗତକାଲି ମଧ୍ୟ ଚାରି ଜଣ ସ୍ୱତନ୍ତ୍ର ଡାକ୍ତରି ଦଳ ମାଲକାନଗିରି ଜିଲ୍ଲାରେ ପହଞ୍ଚି ମାଲକାନଗିରି ଜିଲ୍ଲା ବାସୀଙ୍କ ସହ ପଡୋଶୀ ଛତିଶଗଡ଼ ଓ ଆନ୍ଦ୍ରପ୍ରଦେଶ ରାଜ୍ୟର ୧୦୦ରୁ ଉର୍ଦ୍ଧ ଗୁରୁତ୍ତର ରୋଗୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୁଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି ।
ବିଶେଷ କରି ନେପ୍ରଲୋଜିଷ୍ଟ, କାଡିଓଲୋଜିଷ୍ଟ, ସର୍ଜରି, ରେଡିଓ ଲୋଜିଷ୍ଟ, ଆନେସ୍ତେୟିଓଲୋଜିଷ୍ଟ ସହ ଅନ୍ୟାନ ରୋଗରେ ପୀଡିତ ଥିବା ଗୁରୁତ୍ତର ରୋଗୀଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ଭୁବନେଶ୍ୱରରୁ ଆସିଥିବା ବିଶେଷଜ୍ଞ ଡାକ୍ତରି ଦଳ । ହାତ ପାହାନ୍ତାରେ ଉତ୍ତମ ସ୍ବାସ୍ତ୍ୟ ସେବା ପାଇ ଉପାନ୍ତ ଅଞ୍ଚଳ ବାସୀଙ୍କ ମୁଖରେ ହସ ଫୁଟିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାନେ ଧନ୍ୟବାଦ ଦେଇଛନ୍ତି। ତେବେ ଆଜି ଏହି ସ୍ଵତନ୍ତ୍ର ଡାକ୍ତରୀ ଦଳ ଦ୍ଵାରା ମୋଟ ରୋଗୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ସେଥି ମଧ୍ୟରେ ଆଜି ସୁଦ୍ଧା ଇକୋଲୋଜି ବିଭାଗ ଦ୍ଵାରା ୩୭ ଜଣ, ଇସିଜି ବିଭାଗ ଦ୍ଵାରା ୩୪ ଜଣ, ଏଣ୍ଡୋସ୍କୋପି ରେ ୨୭ ଜଣ, ନେପରୋଲୋଜିରେ ୪୩ ଜଣ ଓ ଲାପରୋସିରେ ୬ ଜଣ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି । ତେବେ ଆସନ୍ତା ୩୧ ତାରିଖ ଯାଏଁ ଏହି ଡାକ୍ତରୀ ଦଳଜିଲଲ ରେ ରହି ଆହୁରି ଅନେକ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି ।
Powered by Froala Editor