ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା

ଭୁବନେଶ୍ୱର: ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ଗୁରୁବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ଭାରୀ ବର୍ଷା ହେବାର ସମ୍ଭାବନା ଅଛି ।
ସେହିଭଳି ଶୁକ୍ରବାର ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ଅଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଶନିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୭, ୨୮ ଓ ୨୯ ତାରିଖରେ ଠାଏ ଠାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି ।
Powered by Froala Editor