ଦନ୍ତା ଆକ୍ରମଣରେ ୨ ମୃତ
ବନ୍ତଳା : ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଗୋଠଛଡ଼ା ଦନ୍ତା ଆତଙ୍କ। ବନ୍ତଳା ଥାନା ଅନ୍ତର୍ଗତ ପାତେଳି ଗାଁରେ ଦନ୍ତା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଶଙ୍କର ବିଶ୍ୱାଳ (୫୦ ବର୍ଷ) ଓ ଝିଲି ବିଶ୍ୱାଳ (୩୭ ବର୍ଷ)।
ସୂଚନାନୁଯାୟୀ, ପାତେଳି ଗାଁର ଶଙ୍କର ବିଶ୍ୱାଳ ଶୌଚ ହେବାକୁ ଯାଇଥିବା ବେଳେ ନାଳ ନିକଟରେ ପୂର୍ବରୁ ଥିବା ଗୋଠଛଡା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି ପାଦରେ ଦଳି ଦେଇଥିଲା । ସେହିପରି ଝିଲି ବିଶ୍ୱାଳ ମଧ୍ୟ ସେହି ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀ ତାଙ୍କୁ ପଛରୁ ଆକ୍ରମଣ କରି କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏତଦ୍ ବ୍ୟତୀତ ସହାରାଗୁଡା ଗାଁର ଅକ୍ଷୟ ନାଏକ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଜଣାପଡ଼ିଛି ।
Powered by Froala Editor